Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ର ଜଙ୍ଗମ ସାହି ରେ ଶବ ଦାହ ପୂର୍ବରୁ ଶବ କୁ ଅଟକାଇଲା ପୋଲିସ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ।

ପାରଳାଖେମୁଣ୍ଡି ର ଜଙ୍ଗମ ସାହି ରେ ଶବ ଦାହ ପୂର୍ବରୁ ଶବ କୁ ଅଟକାଇଲା ପୋଲିସ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ।
ପାରଳାଖେମୁଣ୍ଡି:୮/୧୨(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ର ଜଙ୍ଗମ ସାହି ରେ ଗତକାଲି ପ୍ରାୟ ୧ ଟା ବେଳେ ଶବ ଦାହ ପୂର୍ବରୁ ଶବକୁ ଅଟକାଇ ଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ୩୫ ବର୍ଷୀୟ ବିଜୟ କୁମାର ଙ୍କ ମୃତ୍ୟୁ ହେଇଥିବା ନେଇ ପ୍ରଚାର ହେଇଥିଲା । ପରେ ବନ୍ଧୁ ବାନ୍ଧବ ମାନେ ମୃତକ ଙ୍କ ଘରକୁ ଆସି ଶୋକ ସନ୍ତାପ କରିଥିଲେ । ଯେତେବେଳେ ମୃତ ବିଜୟ ଙ୍କ ଶବ କୁ କୋକେଇରେ ନେବା ପାଇଁ ହିନ୍ଦୁ ପରମ୍ପରା ଅନୁଯାୟୀ ସମସ୍ତ ନୀତି ନିୟମ ଆରମ୍ଭ ହେଇଥିଲା ସେତେବେଳେ ମୃତକ ଙ୍କ ପରିବାର ଲୋକେ ମୃତକ ଙ୍କ ମୃତ ଦେହ ରେ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ ଯାହାକୁ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ରେ ଏତଲା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶବ କୁ ଜବତ କରିବା ସହ ଶବ ଦାହ କରିବାକୁ ମନା କରିଥିଲା ଅନ୍ୟ ପଟେ ମୃତକ ଙ୍କ ପରିବାର ଲୋକେ ତାଙ୍କ ବୋହୂ ତଥା ମୃତକ ଙ୍କ ସ୍ତ୍ରୀ ଏହି ହତ୍ୟା କରିଛି ବୋଲି ଅଭିଯୋଗ ଆଣିଥିବା ବେଳେ ପୋଲିସ୍ ଅଭିଯୁକ୍ତ କୁ ଥାନା କୁ ନେଇଛି। ପୋଲିସ୍ ଘଟଣାର ତଦନ୍ତ କରିବା ସହ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ର ତଦନ୍ତ ଚାଲିଛି ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ର ସତ୍ୟତା ଜଣା ପଡ଼ିବ ବୋଲି ପାରଳାଖେମୁଣ୍ଡି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ତେଣୁ ଏହି ଘଟଣା ବର୍ତ୍ତମାନ ସଂପୂଣ୍ଣ ରହସ୍ୟମୟ ହୋଇଥିବା ବେଳେ କ୍ୟାମେରା ଆଗରେ କେହି ମୁହଁ ଖୋଲି ନାହାନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଟିମ ଦ୍ୱାରା ବାଲ୍ୟ ବିବାହ ହେବାକୁ ଯାଉଥିବା ଯୁବତୀ ଉଦ୍ଧାର ପାରଳାଖେମୁଣ୍ଡି:୨୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ, ଗଜପତି ଜିଲ୍ଲା ଗୋଶାଣି ବ୍ଲକର ଗାରବନ୍ଧ ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ଯାଉଅଛି, ଏହି ଖବର ପାଇବା ପରେ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ, ଏବଂ ଏହାପରେ ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଯାଇଥିଲା, ଯେଉଁଥିରେ ଗୋଶାଣି ବ୍ଲକ ର ଆସିଡିଏସର ସୁପରଭାଜର, ଡିସିପିୟୁ ର ପରାମର୍ଶଦାତା ,ଚାଇଲ୍ଡ ହେଲ୍ପ ଲାଇନର ସୁପରଭାଇଜର, ସଖୀ କେନ୍ଦ୍ରର ସଦସ୍ୟା, ଆଭା NGOର ସଦସ୍ୟା , ଗାରାବନ୍ଧ ଥାନାର IIC ମିଳିତ ଭାବରେ ଉକ୍ତ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୫ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଏବଂ ଶିଶୁ କଲ୍ୟାଣ ସମିତିର ଆଦେଶକ୍ରମେ ଶିଶୁଟିକୁ ଅଧିକ ପରାମର୍ଶସେବା ଯୋଗାଇ ଦେବା ନିମନ୍ତେ ସକ୍ଷୀ one stop centre କୁ ପଠାଯାଇଥିଲା । ଶିଶୁଟିର ଉଜ୍ଜଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ଶିଶୁର ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ଦରଖାସ୍ତ ଦେଇଥିଲେ । ପୁଣି ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଢ଼ିଛି.।