Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ବାମୀ ନୁହେଁ ବାପା ହେବାକୁ ଚାହୁଁଛନ୍ତି ସଲମାନ୍‌

ମୁମ୍ବାଇ: ବଲିଉଡ୍‌ ସୁପର୍‌ଷ୍ଟାର ତଥା ଅଭିନେତା ସଲମାନ ଖାନ ନିକଟରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏକ ଟିଭି ଶୋ ଆପ୍‌ କି ଅଦାଲତରେ ନଜର ଆସିଥିଲେ ସଲ୍‌ମାନ। ଏଥିରେ ସେ ତାଙ୍କ ପିତା ହେବାର ଦୀର୍ଘ ସମୟର ଇଚ୍ଛା ବିଷୟରେ କହିଥିଲେ। ସଲ୍‌ମାନଙ୍କ ଯେତିକି ନିଜ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି ତାଠୁ ଅଧିକ ନିଜ ବ୍ୟକ୍ତିଗତ ଜୀବନକୁ ‌ନେଇ ଥାନ୍ତି। ପ୍ରଶଂସକ ସବୁବେଳେ ସଲମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଆଗ୍ରହୀ ରହିଥାନ୍ତି।

ତେବେ ସେ ଏହି ଶୋରେ କହିଛନ୍ତି ଯେ ତାଙ୍କର ବାପା ହେବାର ଯୋଜନା ଥିଲା କିନ୍ତୁ ଭାରତୀୟ ଆଇନ ତାଙ୍କୁ ଏହି ଅନୁମତି ଦେବ ନାହିଁ। ଭାରତରେ ଏହା ସମ୍ଭବ ହୋଇପାରିବ ନାହିଁ। ସେ ଏହା ମଧ୍ୟ କହିଥିଲେ ଯେ ସେ ସ୍ବାମୀ ନୁହେଁ ବାପା ହେବାକୁ ଚାହୁଁଛନ୍ତି। ନିକଟରେ ସଲ୍‌ମାନଙ୍କ କିସି କୀ ଭାଇ କିସି କୀ ଜାନ୍‌ ମୁଭି ରିଲିଜ ହୋଇଛି।