ଲମତାପୁଟ୍ ବ୍ଳକ୍ ଅନ୍ତର୍ଗତ ବିଛିନ୍ନାଞ୍ଚଳର ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଛନ୍ତି ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ୍


‌ଶିମିଳିଗୁଡା: ଲମତାପୁଟ୍ ବ୍ଳକ୍ ଅନ୍ତର୍ଗତ ବିଛିନ୍ନାଞ୍ଚଳର ବିଭିନ୍ନ ପ୍ରକଳ୍ପ ର ଶୁଭ ଦେଇଛନ୍ତି ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ୍। ବନମାଳୀପୁଟ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେବ ଗନ୍ଧନା ର ତାରିଣୀ ମନ୍ଦିର ଗର୍ଭଗୃହ ନିମନ୍ତେ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ନଡ଼ିଆ ଭାଙ୍ଗି ଶୁଭ ଦେଇଛନ୍ତି ବିଧାୟକ ଶ୍ରୀ ପଡାଲ l ସେହି ପରି ବନମାଳୀପୁଟ ଶିବ ମନ୍ଦିର ରାସ୍ତା ନିମନ୍ତେ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କା ର ପେବର୍ ବ୍ଳକ୍ ରାସ୍ତା ନିର୍ମାଣ ନିମନ୍ତେ ମଧ୍ୟ ମନ୍ଦିର ର ପୂଜକ ଙ୍କ ପୂଜାର୍ଚ୍ଚନା ପରେ ଶୁଭ ଦେଇଥିଲେ ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼ାଲ l ଉମ୍ବେଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉମ୍ୱେଲ ଗ୍ରାମ ର ଏସଡିସି ପାଣ୍ଠି ରେ ନିର୍ମାଣ ହେବାକୁ ଥିବା ଝାଙ୍କର ଦେବତା ହୁଣ୍ଡି ର ମଧ୍ୟ ବିଧାୟକ ଶୁଭ ଦେଇଥିଲେ l ବିଧାୟକ ଙ୍କ ବ୍ୟତୀତ ବ୍ଳକ୍ ଅଧ୍ୟକ୍ଷ ତାପସ ଚାଲାଣ, ଏସଡିସି ସଦସ୍ୟ ରାମଚଂଦ୍ର ମାଝୀ, ସମାଜସେବୀ ମୁନା ଦଳପତି , ସମିତି ସଭ୍ୟ ଜଗନ୍ନାଥ ହନ୍ତାଳ, ସରପଞ୍ଚ ଗୋରା ଜାନୀ,ଏଏଇ, ଜିପିଇଓ ସୁକାନ୍ତ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ସରୋଜ ଜେନା, ପିଇଓ ବୃନ୍ଦ ଭଗଵାନ ଖିଲ ଓ ସୁବାଷ ଖିଲ, ପୁର୍ବତନ ସମିତି ସଭ୍ୟ ରମେଶ ବିଷୋୟୀ, ଭଗଵାନ ବିଷୋୟୀ, ମଧୁ ଖରା,ପିତମ୍ ଖିଲ, ସୀମା ପାତ୍ର, ନାଗେସ ନାୟକ, ଦିଲୀପ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ l ଏହା ବ୍ୟତୀତ ବିଧାୟକ ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସହ ଆଲୋଚନା କରିଥିଲେ ଏବଂ ମହିଳା ଗୋଷ୍ଠୀ ମାନେ ଜଳ ଯୋଗାଣ ନିମନ୍ତେ ଦାବୀ କରିବାରୁ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ରେ ଏକ ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଅଛି ଲମତାପୁଟ୍ ବ୍ଳକ୍ ରେ ଯାହା ଦ୍ୱାରା ପ୍ରତ୍ୟେକ ପରିବାର କୁ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।