ଆସୁଛି ବାତ୍ୟା! ଆସନ୍ତା ସପ୍ତାହରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ଲଘୁଚାପ


ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।  ଏନେଇ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷେ ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜାସନ ନିକୋଲସ (Jason Nicholls ) ସୋମବାର ଏକ ଟୁଇଟ କରିଛନ୍ତି। ଟୁଇଟ୍‌ରେ ସେ ଆଗକୁ ବାତ୍ୟା ସମ୍ଭାବନା ଥିବା ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ଆସନ୍ତା ସପ୍ତାହ ସୁଦ୍ଧା ପୂର୍ବ ଭାରତରେ ଏହାର ପ୍ରଭାବ ଦେଖାଇବ ବୋଲି ସେ ଅନୁମାନ କରିଛନ୍ତି ।

ଚଳିତ ସପ୍ତାହର ଶେଷ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ଏହି ଲଘୁଚାପ କ୍ଷେତ୍ର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ । ଏହାର ପ୍ରଭାବ ଭାରତ, ବାଂଲାଦେଶ ଏବଂ ମ୍ୟାମାରରେ ଦେଖିବାକୁ ମିଳିବ ବୋଲି ସେ ଆକଳନ କରିଛନ୍ତି ।   ଅନ୍ୟପକ୍ଷେ ଆଇଏମଡି ଡିଜି ମୃ୍ତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ମେ’ ୫ ତାରିଖ ପରେ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଲକ୍ଷୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଥିଲେ ।