Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଡିଏମଓ ପ୍ରତିସୃତି ଦେଇ ଧରେଇ ଦେଲେ ଲଲିପପ୍

କୋରାପୁଟ: ଜିଲ୍ଲା ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଗତ ମଙ୍ଗଳବାର ଦିନ ଆମ୍ବୁଲାନ୍ସ ସେବା ନମିଳିବାରୁ ଜଣେ ଆଦିବାସି ମହିଳା ନିଜର ଶିଶୁ ପୁତ୍ରକୁ ହରାଇଥିବା ବେଳେ ଏକ ଦୁର୍ଘଟଣାରେ ଗୁରୁତର ଯୁବକକୁ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ର ପଠାଇବାରେ ବାଧା ଉପୁଜିଥିଲା।ଉକ୍ତ ଖବର
ବିଭିନ୍ନ ଖବର କାଗଜରେ ପ୍ରକାସିତ ହେବା ପରେ ଏଡିଏମଓ ଡ.ସୁସାନ୍ତ କୁମାର ଦାସ ବନ୍ଧୁଗାଁ ଗସ୍ତ କରି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡ.ରଶ୍ମୀ ରଞ୍ଜନ ସାମଲ ଙ୍କ ସହ ବିଭିନ୍ନ ବିସୟରେ ଆଲୋଚନା କରିବା ସହ
ତୁରନ୍ତ ଏକ ଆମ୍ବୁଲାନ୍ସ ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ପାଇଁ ଯୋଗାଇ ଦେବାକୁ ଜିଲ୍ଲା ପ୍ରସାସନକୁ ଲିଖିତ ଭାବେ ଜଣାଇବି ବୋଲି ପ୍ରତିସୃତି ଦେଇଥିଲେ।ଏଡିଏମଓ ପ୍ରତିସୃତି ଦେବାର ଗୋଟିଏ ଦିନ ପରେ ବନ୍ଧୁଗାଁ ଠାରେ ଆମ୍ବୁଲାନ୍ସ ପହଁଚିଲା ହେଲେ ତାହା ରୋଗି ସେବାରେ ବ୍ୟବହାର ହେଲା ଭଳି ଲାଗୁନି।ଜିଲ୍ଲା ପ୍ରସାସନ ଆମ୍ବୁଲାନ୍ସ ଦବ କହି ଲଲିପପ୍ ଧରେଇ ଦେଲା ବୋଲି ସାଧାରଣରେ ଚର୍ଚା ଜୋର ଧରିଚି।ଗାଡିଟିର ନମ୍ଵର ହେଲା ଓଆର୍-୨୩ଏଫ୍-୪୩୦୩।ବୟସ ଦସ ବର୍ଷ ଦସ ମାସ,ଫିଟନେସ ମାସେ ତଳୁ ସରି ଜାଇଥିବା ବେଳେ ଇନ୍ସୁରାନ୍ସ୍ ସରିବାକୁ ଆଉ ୨୮ ଦିନ ରହିଚି।ଏହାକୁ ନେଇ ଲୋକେ ଆତଙ୍କିତ।ବନ୍ଧୁଗାଁ ବ୍ଲକରୁ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରର ଦୁରତା ସହେ କିଲୋମିଟର।ଜଦି ଏଥିରେ ରୋଗିଙ୍କୁ ସୁସ୍ଥ ହେବା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠା ଜାଏ ତେବେ ସିଏ ସୁସ୍ଥ ହେବା ପରିବର୍ତ୍ତେ ଅସୁସ୍ଥ ଅଧିକ ହେଇଜିବ।ତେଣୁ ତୁରନ୍ତ ବ୍ଲକ ବାସିଙ୍କ ଜୀବନ ପ୍ରତି ଜିଲ୍ଲା ପ୍ରସାସନ ଖେଳ ନଖେଳି ନୂତନ ଆମ୍ବୁଲାନ୍ସ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।ଅପରପଟେ ପ୍ରସାସନ ତ ଅନ୍ଧ କିନ୍ତୁ ଆମ ଅଞ୍ଚଳର କୌଣସି ରାଜ ନେତା ମାନଙ୍କୁ ଏହା କଣ ଦେଖା ଜାଉନିକି ବୋଲି ବୁଦ୍ଧିଜିବିଙ୍କ ମହଲରେ ମତ ପ୍ରକାସ ପାଇଛି।ଆଗକୁ ବନ୍ଧୁଗାଁ ବ୍ଲକ ବାସିଙ୍କ ଭାଗ୍ୟରେ ଏଇ ଦଦରା ଆମ୍ବୁଲାନ୍ସ ଲେଖା ହେଇଚି ନା ନୂତନ ଯୋଗାଇ ଦିଆଜାଉଛି ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories