Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଳ ଲାଇନ କଡରୁ ଅଜଣା ମୃତ ଯୁବକ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ରେଲୱେ ଲାଇନ ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲ ନିକଟ ୮କେ ନଂ ୬୦୧-୨୩/୨୫ ପାଖରେ ପାଖାପାଖି ୫ଫୁଟ୧ଇଞ୍ଚ ଉଚ୍ଚତା ,ଗୌରବର୍ଣ୍ଣ ,୨୫ ରୁ ୩୦ବର୍ଷ ବୟସ ର ଏକ ଅଜଣା ଯୁବକ ଟ୍ରେନ ରେ କଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା।ଏହି ଖବର ପାଇ ସମ୍ବଲପୁର ରେଲୱେ ପୋଲିସ ଏ ଏସ ଆଇ ଜୋସ୍ନା ରାଣୀ ମହାନ୍ତି ସଦଲବଳେ ଘଟଣା ସ୍ଥଳକୁ ପହଞ୍ଚି ଆଖପାଖ ଅଞ୍ଚଳରେ ପଚରା ଉଚୁରା କରିଥିଲେ ହେଁ ଯୁବକ ପରିଚୟ ନମିଳିବାରୁ ମୃତ ଯୁବକକୁ ବୁର୍ଲା ଡାକ୍ତରଖାନା କୁ ପଠାଇ ବ୍ୟବଚ୍ଛେଦ କରାଯାଇଥିଲା ଏବଂ ବ୍ୟବଚ୍ଛେଦ ପରେ ତାକୁ ଚିହ୍ନଟ ପାଇଁ ଚାରିଦିନ ପର୍ଯ୍ୟନ୍ତ ରଖାଯାଇଥିବା ର ସୂଚନା ମିଳିଛି।ହେଲେ ଯୁବକଟି ଆତ୍ମହତ୍ୟା କରିଛି ନାଁ କେଉଁ କାରଣ ରୁ ଘଟଣା ଘଟିଛି ତାହା ଏଯାବତ ସ୍ୱଷ୍ଟ ହୋଇପାରି ନାହିଁ।ସେନେଇ ରେଲ ୱେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।