Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେଷ ହେଲା ଭାଇଚାରାର ପର୍ବ ବାଲିଯାତ୍ରା ୧୯ ଦିନ ପରେ ବୁଢିଆ ଗାଙ୍ଗମାଯାତ୍ରା

ପଟ୍ଟାଙ୍ଗି୧୭/୧୨ପ୍ରତି ତିନିବର୍ଷ ବ୍ୟବଧାନରେ ହେଉଥିବା ବାଲିଯାତ୍ରା ହୋଇଛି ସମାପ୍ତ । ପୁଣି ତିନି ବର୍ଷ ବ୍ୟବଧାନ ପରେ ହେବାକୁ ଥିବା ଉକ୍ତ ଯାତ୍ରା କୁ ଅପେକ୍ଷା କରି ୧୦ ଖଣ୍ଡ ଗ୍ରାମବାସୀ ଚଳିତ ବର୍ଷର ଶେଷ ଯାତ୍ରା ତଥା ଠାକୁରାଣୀ ଦେଇଛନ୍ତି ବିଦାୟ । ଏହିପରି ଭାଇଚାରା ପରିବେଶ ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ବଡଗାଁ ଗ୍ରାମ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ଯାତ୍ରା ପ୍ରତି ତିନି ବର୍ଷ ବ୍ୟବଧାନରେ ଲଗାତାର ତିନି ବର୍ଷ ଧରି ବାଲି ଏବଂ ବୁଢିଆ ଗାଙ୍ଗମାଯାତ୍ରା ଉକ୍ତ ଗ୍ରାମରେ ହୋଇଥାଏ । ଏହି ସମୟରେ ଉକ୍ତ ଯାତ୍ରା ନିମନ୍ତେ ୧୦ଖଣ୍ଡ ଗ୍ରାମର ମୁଖିଆ ଙ୍କ ସହ କିଛି ଭଦ୍ର ବ୍ୟକ୍ତି ବିଶେଷ ଏକାଠି ହୋଇ ଏକ ପ୍ରସ୍ତୁତି ବୈଠକ କରି ମାଁ ଙ୍କ ଯାତ୍ରା ସମୟରେ ହେବା କୁ ଥିବା ପୂଜାର୍ଚ୍ଚନା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ନିଜସ୍ୱ ମତାମତ ଦେଇ ନେଇ ଥାନ୍ତି ନିସ୍ପତି । ଏହିପରି କି ଉକ୍ତ ଯାତ୍ରା ର ମୂଳ ଉଦେଶ୍ୟ ୧୦ଖଣ୍ଡ ଗ୍ରାମ ମଧ୍ୟରେ କିପରି ଭାଇଚାରା ବଜାୟ ରହିବା ସହ ଚାଷ କ୍ଷେତ୍ରରେ ଭଲ ଚାଷ ହେବା ସହ ଭଲ ଆମଦାନୀ ନିମନ୍ତେ ହୋଇଥାଏ ଉକ୍ତ ବାଲି ଓ ବୁଢିଆ ଗାଙ୍ଗମାଯାତ୍ରା । ଯାହାକି ଚଳିତ ବର୍ଷ ଗତ ୦୯ ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ୧୭ ତାରିଖ ତଥା ମଙ୍ଗଳବାର ଦିନ ଶେଷ ଯାତ୍ରା ହୋଇଥିଲା । ଏହି ସମୟରେ ବଡଗାଁ , ଶିଶାଗୁଡା , ଗେଟସାହି , ଦାନ୍ଦୁଗୁଡା , କରଞ୍ଜଗୁଡା , ଡୁମୁରିଗୁଡା , ଇନ୍ଦିରାକଲୋନି , ଲେଞ୍ଜିଗୁଡା , ବଦଲିଗୁଡା ଏବଂ କାଟରାଗୁଡା ପ୍ରମୁଖ ୧୦ଖଣ୍ଡ ଗ୍ରାମରୁ ଆସିଥିବା ବିଭିନ୍ନ କିସମ ର ଫସଲ ବିହୀନ ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା ହୋଇଥାଏ । ଯାହାକି ଉକ୍ତ ବିହୀନ ଠାକୁରାଣୀ ଙ୍କ ନିକଟରେ ଦୀର୍ଘ ୦୯ ଦିନ ପୂଜା ହେବାପରେ ଏକ ନିର୍ଦ୍ଦିଷ୍ଟ ଗଛର କାଠରେ ରଥ ହୋଇଥାଏ । ସେହି ରଥ ଉପରେ ଠାକୁରାଣୀ ଙ୍କ ନିକଟରେ ପୂଜା ପାଇଥିବା ବିଭିନ୍ନ କିସମ ର ବିହୀନ କୁ ଉପରୁ ତଳକୁ ଫିଙ୍ଗା ହୋଇଥାଏ । ଯେଉଁ ଥିରେ କି ରଥ ତଳେ ରହିଥିବା ଉପରୋକ୍ତ ସମସ୍ତ ଗ୍ରାମବାସୀ ସେହି ବିହୀନ ରେ ହୋଇଥିବା ଗଜା କୁ ସଂଗ୍ରହ କରି ନିଜ ଚାଷଜମି ରେ ପ୍ରୟୋଗ କରିବା ନିୟମ ରହିଛି ବୋଲି ଯାତ୍ରାର ମୁଖ୍ୟ ବାଲି ପୂଜାରୀ ପ୍ରକାଶ କରିଥିବା ସହ ଉକ୍ତ ଯାତ୍ରା ସମାପ୍ତି ହେବାର ଠିକ୍ ୧୯ ଦିନପରେ ଅର୍ଥାତ ୦୬ଜାନୁଆରୀ ଠାରୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ମାଁ ବୁଢିଆ ଗାଙ୍ଗମାଯାତ୍ରା ହୋଇଥାଏ ବୋଲି ପ୍ରକାଶ କରିଥିଲେ ଅନ୍ୟପକ୍ଷରେ ଏହି ସମୟରେ ଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ହୋଇ ପାରିବ ସେନେଇ ଯାତ୍ରା କମିଟିର ସଭାପତି , ସମ୍ପାଦକ ଙ୍କ ସହ ଅନ୍ୟ ସଦସ୍ୟ ଏବଂ ଯୁବଗୋଷ୍ଠୀ ସହଯୋଗ କରିଥିଲେ