Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡି ଧକ୍କା,ବାଇକ ଦୁର୍ଘଟଣାରେ ଯୁବକ ମୃତ ।

kalahandi:20/12
ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଧାନ ମଣ୍ଡି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଲଡୁଗାଁ ଗ୍ରାମର ନିରୋଜ ଦାସ ଙ୍କ ପୁଅ ମନୋରଞ୍ଜନ ଦାସ (୩୨) ବୋଳି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଆମପାଣି ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଯୁବକ କେମିତି ଦୁର୍ଘଟଣା ହେଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି।କୌଣସି ଅଜଣା ଗାଡି ଧକ୍କା ରୁ ଯୁବକ ଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିକଟରେ ଧାନ ମଣ୍ଡି ଥିବା ସତ୍ତ୍ୱେ ମଧ୍ୟ କୌଣସି ସଠିକ ସୂଚନା ମିଲି ପାରିନାହିଁ। ଯୁବକ ଲଡୁଗାଁ ରୁ।କୋକସରା ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ ମୃତ ଯୁବକ ଙ୍କ ପରିଜନ ପହଞ୍ଚିଥିଲେ।ପରେ ଆମପାଣି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି। ଯୁବକ ଙ୍କ ଅକାଳ ବିୟୋଗ ରେ ପରିବାର ଦୁଖଃ ରେ ଭାଙ୍ଗି ପଡିଛନ୍ତି।