Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷୀ ମୁଣ୍ଡରେ ଚଡ଼କ,କଲ ବଲ କରୁଛି ଶୀତ ଓ ବର୍ଷା

ଅସ୍ତରଙ୍ଗ,,ବଙ୍ଗୋପ ସାଗରରେ ସୃଷ୍ଟି ହୋଇ ଥିବା ସ୍ଲୋପ ଲଘୁଚାପ ସହ ବର୍ଷା ଯୋଗୁଁ ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ଅଦିନିଆ ବର୍ଷା ହେବା ହେବା ଓ ସହ ସହ ଏକର ଧାନ ବିଲରେ ପାଣି ହେବା ଦ୍ବାରା ଧାନ ଫସଲ ନଷ୍ଟ ହେବାକୁ ଯାଉଥିବା ବେଳେ,ସିତ ଦିନିଆ ପନି ପରିବା ଫସଲ ମଧ୍ୟ ନଷ୍ଟ ହେବାକୁ ଯାଉଛି । ବହୁ ଚାଷୀ ବିଲରେ ଧାନ କାଟି ନଡ଼ା ଶୁଖିବା ପାଇଁ ପକାଇ ଥିବା ବେଳେ,ଆଉ କେତେକ ଚାଷୀ କଟା ଧାନ ନ ଆଣି ପାରି ବିଲ ଓ ରାସ୍ତା କଡ଼ରେ କଟା ଧାନ ବା ହଳା ସବୁ ଜମା କରି ରଖିଥିବା ଦେଖିବାକୁ ମିଳିଛି । ଯେଉଁ ଧାନ ହଳା ସବୁ ବିଲ ରେ ପଡ଼ିଛି ,ସେ ସବୁ ଧାନ ହଳାରେ ବର୍ଷା ପାଣି ପଡ଼ିବା ଦ୍ବାରା ଧାନର କଲର ସବୁ ଫିକା ପଡ଼ିଥିବା ଓ ଗଜା ହେବାକୁ ବସିଥିବା ସ୍ଥଳେ,ସେହି ଧାନ ସବୁ ମଣ୍ଡି ନେବ କି ନାହିଁ ଚାଷୀ ଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଆହୁରି ମଧ୍ୟ ସିତ ଦିନିଆ ଫସଲ ବି ନଷ୍ଟ ହେବାକୁ ଯାଉଛି । ଯେଉଁ ଚାଷୀ ମାନେ ତୈଳ ଜାତୀୟ ଫସଲ, ପନି ପରିବା ଓ ଡାଲି ଜାତୀୟ ଫସଲ କରିଥିଲେ ,ସେହି ସ୍ଥାନ ମାନଙ୍କରେ ପାଣି ଜମି ରହିବା ଦ୍ବାରା ଫସଲ ସବୁର ମୂଳ ନଷ୍ଟ ହେବାକୁ ଯାଉଥିବା ବେଳେ,ରୋଗ ପୋକ ବି ବ୍ୟାପିବାର ସମ୍ଭାବନା ଦେଖା ଦେଉଛି । ବର୍ଷା ସାଂଗକୁ କୋହଲା ପବନ ବହିବା ଦ୍ବାରା,ଚାଷୀ କୁଳ ହନ୍ତସନ୍ତ ହେଉଥିବା ବେଳେ,ଦୁଇ ଦିନ ହେବ ଗୃହ ପାଳିତ ପଶୁ ଘରୁ ନ ବାହାରି ପାରି ଘରେ ବନ୍ଧା ହୋଇ ରହିଛନ୍ତି ।
ଅପର ପକ୍ଷରେ, କାକଟପୁର ତଥା ଅସ୍ତରଙ୍ଗ ର ଯୁବ ନେତା ଓ ଓଡ଼ିଶା କୃଷକ କଂଗ୍ରେସ ର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଅଦିନିଆ ବର୍ଷା ଦ୍ବାରା ଖ୍ୟତୀଗ୍ରସ୍ଥ ହୋଇ ଥିବା ଚାଷୀ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ନିକଟରେ ଦୃଢ଼ ଦାବି କରିବା ସହ,ଏ ସମ୍ପର୍କିତ ଏକ ସ୍ମାରକ ପତ୍ର,ସ୍ୱତନ୍ତ୍ର ରିଲିଫ କମିଶନର ଙ୍କୁ ପ୍ରଦାନ କରି ଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ