Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ବ୍ୟାପକ ଦୁର୍ନୀତି। ଏଫ୍, ଏଲ,ଏନ୍ କୋଠା ରାଧେ, ରାଧେ,,,ପିରାମଲ ଶୋଇଛି ବହଳ ନିଦେ !ଏଫ୍, ଏଲ, ଏନ୍ – ଫାଇଲ ଲାଓ ନଗଦ ଲେଜାଓ

କଳାହାଣ୍ଡି, ୨୫/୧୨
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଚଳିତ ମାସ ୩୧ ତାରିଖରେ ଅବସର ଗ୍ରହଣ କରୁଥିବାରୁ କଳାହାଣ୍ଡି ଜିଲ୍ଲା ର ପ୍ରତ୍ୟେକ ବ୍ଲକରେ ଏଫ୍ ,ଏଲ୍ ,ଏନ୍ କମ୍ପ୍ଲାଏଡ଼ ଶ୍ରେଣୀ ଗୃହ କାମ କରିଥିବା ଠିକାଦାର ମାନେ ଯେନ ତେନ ପ୍ରକାରେଣ ବିଲ୍ ଦାଖଲ କରି ପାଉଣା ଡ୍ର କରିବା ପାଇଁ ହୀନ ଚକ୍ରାନ୍ତ ଚଳାଇଥିବା ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ଏଣୁ ମାନନୀୟ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ସରକାରୀ ଅର୍ଥ ଆତ୍ମସାତ ତୂରନ୍ତ ରୋକିବା ପାଇଁ ଅଭିଭାବକ, ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରୁଛନ୍ତି। ଯେଉଁ ଭଳି ଭାବେ ଠିକିଦାର ମାନେ ଅଫିସରଙ୍କୁ ନିୟୋଜିତ କରି ଶିକ୍ଷକ ମାନଙ୍କୁ ଧମକାଇବା ଆରମ୍ଭ କଲେଣି, ଦିନ ଆସିବ ଶିକ୍ଷା ବିଭାଗ ଦିନକୁ ଦିନ ସାଧାରଣ ଲୋକଙ୍କ ଉପରୁ ଅସ୍ଥା ଉଠିଜିବ ବୋଲି ଶିକ୍ଷାବିତ୍ ମାନେ ଆଲୋଚନା କରୁଛନ୍ତି,ତାହା ଚିନ୍ତାର ବିଷୟ।ହେଲେ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ ? ପିରାମଲ୍ କୁ ବହଳ ନିଦରୁ ଉଠେଇବ କିଏ ? ଶିକ୍ଷକ ମାନଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ, ଶିକ୍ଷକ ସଂଘର ବଡ଼ ବଡ଼ିଆ ସବୁ ଜାଣି ନଜାଣିଲା ପରି ରହିବା, ଏଥିରେ ସେମାନଙ୍କ ଭାଗିଦାରୀ କୁ ପରୋକ୍ଷରେ ପ୍ରମାଣିତ କଲାପରି ମନେହୁଏ। ଗରୀବ ଖଟିଖିଆର ପିଲାମାନଙ୍କ ସ୍କୁଲ ଚିକ୍ ଚିକ୍ କରିବା କିଛି ଲୋକଙ୍କୁ ହଜମ ହେଉନାହିଁ।ଏ ସାଧାରଣ ଲୋକ ଙ୍କୁ ପଚାରେ କିଏ ? ଏଫ୍ ଏଲ୍ ଏନ୍ ଏକ ଅବୁଝା ଗଣିତ ହୋଇ ରହି ନଯାଉ।ଶିକ୍ଷା କ୍ଷେତ୍ରରେ ଦିଗ୍-ବିଜୟର ସ୍ବପ୍ନ ଦେଖୁଥିବା, ଦେଶର ମହାମହିମଙ୍କ ସପନ ଅଧା ରହି ନଯାଉ। ସରକାରୀ ମାଲ୍ ଦରିଆ ମେଁ ଡାଲ୍- ଉକ୍ତି ସାକାର ନ ହେଉ। ରାଜନେତାଙ୍କ ନିକଟତର ଲୋକ ବୋଲି କୌଣସି ଅଧିକାରୀ ବା ଠିକାଦାରଙ୍କୁ ଛଡ଼ା ନ ଯାଉ। ବୋଲି ସାଧାରଣରେ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ମାନଙ୍କୁ କଳାହାଣ୍ଡି ଜିଲ୍ଲାପାଳ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ