Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ)ପକ୍ଷରୁ ବରିଷ୍ଠ ସଦସ୍ୟ ଭୀଷ୍ମଦେବ ପଣ୍ଡା ଙ୍କୁ ସମ୍ବର୍ଦ୍ଧନା

ଅତାବିରା: ବରଗଡ ଜିଲ୍ଲା ର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଭୀଷ୍ମଦେବ ପଣ୍ଡା ଙ୍କୁ ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ)ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି। ଗତକାଲି ଶ୍ରମିକ ଦିବସ ଅବସରରେ ଅସୁସ୍ଥତା ଦୃଷ୍ଟିରୁ ଶ୍ରୀ ପଣ୍ଡା ଜିଲ୍ଲା ବୈଠକ ରେ ଅନୁପସ୍ଥିତ ଥିବାରୁ ମଙ୍ଗଳବାର ଜାବ ର ଜିଲ୍ଲା ସଭାପତି ରବି ପଣ୍ଡା, ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର,ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶ, ବରିଷ୍ଠ ସାମ୍ବାଦିକ କୈଳାଶ ମହାରଣା, କୀର୍ତ୍ତନ ବିଶ୍ଵାଳ ,ନରେନ୍ଦ୍ର ଦାଶ , ସୁରେନ୍ଦ୍ର କଠାର ପ୍ରମୁଖ ଶ୍ରୀ ପଣ୍ଡା ଙ୍କ ଗୋଡଭଗା ଗୋଲକ ନଗର ସ୍ଥିତ ବାସ ଭବନ କୁ ଯାଇ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ