Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ସାଙ୍ଗ ଟ୍ୟୁଶନ ଯାଇ ଫେରି ନାହାଁନ୍ତି ଘରକୁ ଚିନ୍ତାରେ ତିନି ପରିବାର ସଦସ୍ୟ

ପଟ୍ଟାଙ୍ଗି୩୦/୧୨ତିନି ସାଙ୍ଗ ଘରୁ ବାହାରି ଟ୍ୟୁଶନ ଯାଇ ଫେରି ନଥିବା ଦୃଶ୍ୟ ତିନି ପରିବାର ଙ୍କ ପାଇଁ ବଢାଇ ଦେଇଛି ଚିନ୍ତା । ସେପଟେ ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଏକ ନିରୁଦୃଷ୍ଟ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଏହିପରି ଘଟଣା ବର୍ତ୍ତମାନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା କ୍ରମେ ବ୍ଲକ ସଦର ମହକୁମା ସ୍ଥିତ ବଡଗାଁ ଗ୍ରାମର ବସବାସ କରୁଥିବା ନଟ ନାରାଜି , ଗୌରୀ ପାଲି ଏବଂ କେ ରଞ୍ଜନ (ମଣ୍ଟୁ) ପ୍ରମୁଖ ତିନି ପରିବାର ଙ୍କ ତିନି ପୁଅ ପ୍ରଦ୍ୟୁମ୍ନ ନାରାଜୀ , ଅରୁଣ ପାଲି ଏବଂ କେ ସୁନିଲ ଶନିବାର ସନ୍ଧ୍ୟା ରେ ନିଜ ନିଜ ଘରୁ ବାହାରି ଟିୟୁସନ୍ ଯାଇଥିଲେ । କିନ୍ତୁ ଟ୍ୟୁଶନ ରୁ ଫେରିବା
ସମୟ ବିତି ଯାଇଥିଲେ ମଧ୍ୟ ତିନି ନାବାଳକ ଘରେ ପହଞ୍ଚି ନଥିବାରୁ ପରିବାର ସଦସ୍ୟ ଙ୍କ ମଧ୍ୟରେ ଚିନ୍ତା ବଢି ଚାଲିବା ସହ ଖୋଜାଖୋଜି ଆରମ୍ଭ ହୋଇ ଯାଇଥିଲା । ଅନେକ ସମୟ ଧରି ବିଭିନ୍ନ ସାଙ୍ଗସାଥି ଙ୍କ ଘର ଠାରୁ ଆରମ୍ଭ କରି ସମ୍ପର୍କୀୟ ଙ୍କ ଘରେ ଖୋଜାଖୋଜି କରିଥିଲେ ମଧ୍ୟ କୈଣସି ସନ୍ଧାନ ମିଳି ନଥିଲା । ଶେଷରେ ନିରୁପାୟ ହୋଇ ରବିବାର ତିନି ପରିବାର ସଦସ୍ୟ ସ୍ଥାନୀୟ ପୋଲିସ ନିକଟରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ ତିନି ନାବାଳକ ଙ୍କ ପରିବାର ସଦସ୍ୟ ଖୋଜାଖୋଜି କରିବା ସମୟରେ ତିନି ନାବାଳକ ସୁଦୂର ହାଇଦ୍ରାବାଦ ଚାଲି ଯାଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହାଇଦ୍ରାବାଦ ଅଭିମୁଖେ ତିନି ପରିବାର ସଦସ୍ୟ ଯାଇଥିବା ଜଣାପଡ଼ିଛି । ଏଠାରେ ସୂଚନା ଯୋଗ୍ୟ କି ତିନି ନାବାଳକ ସ୍ଥାନୀୟ ସରକାରୀ ହାଇସ୍କୁଲ ରେ ନବମ ଶ୍ରେଣୀରେ ପଢୁଥିବା ବେଳେ ତିନି ନାବାଳକ କିପରି ଗୋଟିଏ ରାଜ୍ୟ ରୁ ଅନ୍ୟ ରାଜ୍ୟ କୁ ଏତେ ଦୂର ଗଲେ ସେନେଇ ପୋଲିସ ପାଇଁ ଚିନ୍ତା ବଢାଇ ଦେଇଥିବା ବେଳେ ତିନି ନାବାଳକ ଫେରିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି ।