Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ) ପକ୍ଷରୁ ଶ୍ରମ ଦିବସ ପାଳିତ, ସାମ୍ବାଦିକଙ୍କ ବୀମା ରାଶି ଦୁଇ ଲକ୍ଷ ରୁ ୧୦ ଲକ୍ଷ କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଦାବୀପତ୍ର ପ୍ରଦାନ, ବର୍ଷା ରେ କ୍ଷତି ଗ୍ରସ୍ତ ଚାଷୀ ଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ଦେବାକୁ ଦାବୀ

ଅତାବିରା -: ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ) ପକ୍ଷରୁ ସୋମବାର ଶ୍ରମ ଦିବସ ପାଳିତ ହୋଇ ଯାଇଅଛି। ମଇ ୧ ତାରିଖ ଶ୍ରମିକ ଦିବସ କୁ ପ୍ରତିବାଦ ଦିବସ ଭାବରେ ପାଳନ କରି ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଧେଶ୍ୟ ରେ ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଙ୍କୁ ଅତାବିରା ଠାରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ଦାବୀ ଗୁଡିକରେ ଥିଲା ଯେ ୧) ବିଗତ କିଛି ଦିନ ଭିତରେ ବରଗଡ ଜିଲାରେ ଲଗାଣ ବର୍ଷା ଓ କରକାପାତ ଯୋଗୁଁ ଜିଲ୍ଲା ର ବହୁ ସ୍ଥାନରେ ଧାନ ଫସଲ ଓ ପନିପରିବା ନଷ୍ଟ ହୋଇ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ପରିଲକ୍ଷିତ ହୋଇଛି। ଏହି ସବୁ କ୍ଷୟ କ୍ଷତି ର ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଆକଳନ କରି ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯାଉ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ ଯେ ଚାଷୀ ମାନଂକୁ ଖୁବ୍ ଶୀଘ୍ର କ୍ଷତି ପୂରଣ ପ୍ରଦାନ କରନ୍ତୁ, ୨) ରାଜ୍ୟ ସରକାର ସାମ୍ବାଦିକ ମାନଂକୁ ପ୍ରଦାନ କରିଥିବା ୨ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା କୁ ୧୦ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଉ, ୩) ଅଧିକାଂଶ ରାଜ୍ୟରେ ପେନସନ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଓଡ଼ିଶାରେ ତୁରନ୍ତ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ପେନସନ ପ୍ରଦାନ କରାଯାଉ , ୪) ଦୀର୍ଘ ଦିନ ଧରି ଅଚଳ ଥିବା ସାମ୍ବାଦିକ ଅଧିସ୍ବୀକୃତି କମିଟି ର ତୁରନ୍ତ ପୁନର୍ଗଠନ କରାଯାଉ, ୫ ) ମହାରାଷ୍ଟ୍ର ଓ ଛତିଶଗଡ଼ ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର ପ୍ରଣୟନ କରାଯାଉ। ଏହା ସହ ବୈଠକରେ ଯଥାଶୀଘ୍ର ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ନିଷ୍ପତି ହୋଇଥିଲା। ଜାଵ ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ପ୍ରଥମେ ଅତାବିରା ବ୍ଲକ୍ ସଂଯୋଜକ କୀର୍ତ୍ତନ ବିଶ୍ଵାଳ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଜାତୀୟ କାର୍ଯ୍ୟକାରିଣୀ କୁ ନିର୍ବାଚିତ ବରିଷ୍ଠ ସଦସ୍ୟ ସୁରେଶ ଦାଶ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟସିଂ ପ୍ରଧାନ ବିଗତ ରାଜ୍ୟ କାର୍ଯକାରୀଣି ର ବିବରଣୀ ପ୍ରଦାନ କରିଥିଲେ। ଶେଷରେ ସୁରେନ୍ଦ୍ର କଠାର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ଜିଲ୍ଲା ର ବିଭିନ୍ନ ବ୍ଲକ୍ ରୁ ବହୁ ସଦସ୍ୟ ଯୋଗଦାନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଦୁର୍ଗା ପ୍ରସାଦ ଦ୍ବିବେଦୀ, ନରେନ୍ଦ୍ର ଦାଶ, ହେମନ୍ତ ପ୍ରଧାନ, ସତ୍ୟଜିତ ପ୍ରଧାନ, ଜ୍ୟୋତି ରଞ୍ଜନ ମହାପାତ୍ର,ହେମନ୍ତ ନାୟକ,ମୁକୁନ୍ଦ ଷଡ଼ଙ୍ଗୀ,ଅଶ୍ୱିନୀ ପାତ୍ର,ସରୋଜ ଷଡ଼ଙ୍ଗୀ,ବଳରାମ ବାଗ,ବିଜୟ କର୍ଣ୍ଣ,ହୀରା ମହକୁର, ରଞ୍ଜିତ ଦାଶ, ଝସକେତନ ସାହୁ, ସୁନିଲ ମିଶ୍ର,ରିଙ୍କୁ ସାହୁ,ଶିବ ଶଙ୍କର ବିଶ୍ଵାଳ,ସୁଦନ ମହାକୁର,ନେପାଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।