Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆରା ଢଙ୍ଗରେ ସରପଞ୍ଚ ପାଳିଲେ ନିଜ ଜନ୍ମଦିନ।ରକ୍ତଦାନ ଶିବିର ର ଆୟୋଜନ କରି ନିଜେ ରକ୍ତଦାନ କଲେ।

ଗୋପାଳପୁର: ସବୁ ବେଳେ ସମାଜର ଉପକାର କରି ଲୋକଙ୍କ ଚର୍ଚ୍ଚାରେ ରହି ଆସିଥିବା କୋଳଥୀ ଗାଁ ସରପଞ୍ଚ ଜଗମୋହନ ପାତ୍ର ଆଜି ନିଜର ୩୧ତମ ଜନ୍ମଦିନରେ ରକ୍ତ ଦାନ ଶିବିର ଆୟୋଜନ କରି ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଅଭାବକୁ ଦୃଷ୍ଟିରେ ରଖି କୋଳଥୀଗାଁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରକୁ ଯୁବ ସମାଜ ସେବୀ ଶୁଭାଶିଷ ସାହୁ, ବ୍ରଜମୋହନ ନାହାକ ସନତ କୁମାର ନାୟକ ସ୍ବାସ୍ଥ୍ୟ ଅଧିକାରୀ ସୁଜାତା କୁମାରୀ ଜେନା, ବାବାନଥ ପାତ୍ର, ମନୋଜ କୁମାର ରାଉତ ପ୍ରମୁଖ ଅତିଥି ଭବେ ଯୋଗଦେଇ ରକ୍ତଦାନ ମହତ ଦାନ ସମ୍ପର୍କରେ ଆଲୋଚନ କରିଥଲେ। ରକ୍ତଦାନ କାର୍ଯ୍ୟକ୍ରମରେ ସ୍ବେଛାକୃତ ରକ୍ତଦାତା ଭାବେ ନୀଳାଞ୍ଚଳ ବେହେରା, ଜଗମୋହନ ପାତ୍ର,ଦଳ ବେହେରା,ଆଲୋକ କୁମାର ନାହାକ, ଜଗଦୀଶ ବେହେରା, ସୋନୁ ବେହେରା, ଅଜୟ ବେହେରା, ବୁଦ୍ଧଦେବ ଜେନା, ମଥୁରା ବେହେରା, ପ୍ରିୟତମା ମହାନ୍ତି, ସଞ୍ଜୟ ପରିଡ଼ା, ବୁକେସ ବେହେରା, ଶିବ ଦଲେଇ, ସନାତନ ପାତ୍ର, ଜ୍ୟୋତିରାଜ ମହାରଣା, ଡି. ଯତୀନ କୁମାର, ମୀନକେତନ ସାହୁ, ଜଗଦୀଶ ବେହେରା, ସୁଶାନ୍ତ ମହାନ୍ତି, ଲୋକନାଥ ବେହେରା, ଭବାନୀ ଶଙ୍କର ରାଉତ, ସନତ କୁମାର ନାହାକ, ମଣ୍ଟୁ ପଟ୍ଟନାୟକ, ବଳରାମ ଗୌଡ଼, ସନ୍ତୋଷ ମହାରଣା, ଦୀପକ କୁମାର ନାହାକ, ରବୀନ୍ଦ୍ର କୁମାର ମହାନ୍ତି, ନକୁଳ ସେଠୀ, ଅନନ୍ତ ସାହୁ ସିତେନ୍ଦ୍ର ପାତ୍ର, କୁମୁଦ ବିଶୋଇ, ପିଙ୍କୁ ଖୁଣ୍ଟିଆ, ରୂପକ ରାଉତ, ଆକାଶ ପାତ୍ର, ରମେଶ ଚନ୍ଦ୍ର ପାତ୍ର, ସୁରଜ ପାତ୍ର, ସଞ୍ଜୀବ ଦଳେଇ, ସୁଜାତା କୁମାରୀ ଜେନା, ସମ୍ଭୂରାଜ୍ ପାତ୍ର, ସଲିଲ ଦଳେଇ ପ୍ରମୁଖ ରକ୍ତଦାନ କରିଥଲେ। ପରିଚାଳନା ଦାୟିତ୍ବରେ ଶିବ ରାଉଳ, ଦିଲୀପ ରାଉଳ, ମିଥୁନ ବିଶ୍ଵାଳ, ଶୁଭଙ୍କର ଦାଇଲେ ପ୍ରମୁଖ ସାମିଲ ରହି ରକ୍ତଦାନ କରିଥିଲେ। ସରପଞ୍ଚ ଜଗମୋହନ ଙ୍କ ଏହିପରି କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories