Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ରେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ସ୍ନାତକତ୍ତୋର ବିଭାଗରେ ଆଜି ଅପରାହ୍ନରେ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଗଣେଶ ସେଠି ଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗର ପ୍ରଧ୍ୟାପକ ଡ ଜୟନ୍ତ କୁମାର ପଣ୍ଡା,ଡ ବନ୍ଦିତା କୁମାରୀ ପଣ୍ଡା, ଡ ଚିନୁ ବହିଦାର, ସୌରଭ ସେଟ୍, ଡ଼ଃ ମିହିର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ। ଦ୍ଵିତୀୟ ବର୍ଷ ର ବିଦାୟୀ ନେଉଥିବା ଛାତ୍ର ଛାତ୍ରୀ ଙ୍କୁ ୧ ମ ବର୍ଷ ର ଛାତ୍ର ଛାତ୍ରୀ ମାନେ ଫୁଲ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ବିଦାୟୀ ଛାତ୍ର ଛାତ୍ରୀ ମାନେ ୧ ମ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ନିୟମିତ କ୍ଲାସ ରେ ଉପସ୍ଥାପନ,ଶୃଙ୍ଖଳିତ ହେବା,ପାଠ ପଢା ଉପରେ ଧ୍ୟାନ ଦେବା ସହ ଭଲ ମଣିଷ ଟି ହୋଇ ଏହି ବିଭାଗର ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ।ଆବଶ୍ୟକ ବେଳେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ।ବିଭାଗ ର ଥିବା ସ୍ବପ୍ନ କୁ ସlକର କରିବେ ବୋଲି ୧ ମ ବର୍ଷ ର ଛାତ୍ର ଛାତ୍ରୀ ମାନେ କହିଥିଲେ।ଏହି ଅବସରରେ ଅଧ୍ୟାପକ ଅଧ୍ୟାପିକା ମାନେ ବିଦାୟୀ ନେଉଥିବା ଛାତ୍ର ଛାତ୍ରୀ ଙ୍କୁ ଦିଗ ଦର୍ଶନ ଦେଇ ନିଜ ନିଜ କର୍ତ୍ତବ୍ୟ ପାଳନ କରି ଭଲ ମଣିଷ ହୋଇ ପାଠ ପଢା ର ମୂଲ୍ୟ ରଖିବାକୁ ଉପଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories