Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଲାନପଡ଼ା 5ଟି ସ୍କୁଲ ଲୋକାର୍ପିତ

ଖଡ଼ିଆଳ : ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମ ସ୍ଥିତ ୫ଟି ବିଦ୍ୟାଳୟ ଲୋକାର୍ପିତ ହୋଇଯାଇଛି। ତୃତୀୟ ପ୍ରଯ୍ୟାୟରେ ମଙ୍ଗଳବାର ସାରା ରାଜ୍ୟରେ ୫ଟି ସ୍କୁଲ ରୂପାନ୍ତରଣ ହେଉଥିବା ବେଳେ ନୂଆପଡା ଜିଲାରେ ୫୮ ଗୋଟି ହାଇସ୍କୁଲ ରୂପାନ୍ତରଣ ହୋଇ ଲୋକାର୍ପିତ ହୋଇଛି । ଆଜି ଚଲାନପଡା ରାମନାଥ ଉଚ୍ଚ ବିଦ୍ୟାପୀଠକୁ ବିଦ୍ୟାଳୟର ପ୍ରତିଷ୍ଠାତା ଦୁଃଖ ଭଞ୍ଜନ ସିଂ ବାରିକ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ । ଏହି ସ୍କୁଲରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଏହି ଲୋକାର୍ପଣ ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂଜୀବ ଠାକୁର, ସହକାରୀ ଶିକ୍ଷକ ବିରେନ୍ଦ୍ର ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ବଟକୃଷ୍ଣ ବାରିକ ଓ ବର୍ତ୍ତମାନର ସଭାପତି ଶ୍ରୀରାମ ସମରେନ୍ଦ୍ର ସିଂ ବାରିକ, କମିଟି ସଦସ୍ୟ ପ୍ରଶାନ୍ତ କୁମାର ବାରିକ, ଶିକ୍ଷକ ଫକୀର ମୋହନ ଦାସ, ଗୋପାଳ ଚନ୍ଦ୍ର ଯୋଶୀ, ସନତ କୁମାର ମୁଣ୍ଡ, ହୀରାଲାଲ ରଣା, ଦିନନାଥ ସାହୁ, ଖେଳ ଶିକ୍ଷକ ରାଜ କପୁର ବାରିକ, କମଳାକାନ୍ତ ଚଳାନ, ଲିଙ୍ଗରାଜ ବେହେରା, ସୁରେଶ ମାଝୀ, ବରିଷ୍ଠ ସାମ୍ବାଦିକ ପରମେଶ୍ୱର ବାରିକଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବିକା ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ