Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖତ ଖାଉଛି ଲକ୍ଷାଧିକ ଟଙ୍କା ରେ ତିଆରି  ହୋଇଥିବା ବିଲଡିଂ… ଖଲୁନି ରାଜସ୍ବ କାର୍ଯ୍ୟାଳୟ…  ବିଲଡିଂ ହସ୍ତାନ୍ତର ହୋଇନଥିବା କହିଲେ ତହସିଲଦାର…

ଲକ୍ଷ୍ମୀପୁର ୦୩/୦୧ …ଗ୍ରାମପଞ୍ଚାୟତ ସଦର ମହକୁମାରେ ସାଧାରଣ ଲୋକେ ଜମି ଜମା ସମ୍ୱନ୍ଧୀୟ କାର୍ଯ୍ୟ ସୁରୁଖୁରୁରେ କରିବା ଉଦେଶ୍ୟ ନେଇଁ ପ୍ରାୟ ୧୦ ବର୍ଷ ତଳେ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଗୁଡିକ ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ତିଆରି କରାଯାଇଥିଲା, ଦିତାଲା କାର୍ଯ୍ୟାଳୟ ବିଲଡିଂ ତିଆରି ହୋଇ ଅନେକ ବର୍ଷ ବିତି ଯାଇଥିଲେ ସୁଧା ବର୍ତ୍ତମାନ ପର୍ଯ୍ୟନ୍ତ ବିଲଡିଂ ଗୁଡିକ ତିଆରି କରିଥିବା ସଂସ୍ଥା ଆଜି ପର୍ଯ୍ୟନ୍ତ ବିଲଡିଂ ହସ୍ତାନ୍ତର କରିନଥିବା ଜଣାପଡିଛି। ସୂଚନା ଅନୁଯାୟୀ ଲକ୍ଷ୍ମୀପୁର ବ୍ଳକ ର ୧୩ ଟି ଗ୍ରାମପଂଚାୟତ ରେ ୪ଟି ରାଜସ୍ବ କାର୍ଯ୍ୟାଳୟ ରହିଥିବା ବେଳେ ପୂର୍ବ ସରକାର ଙ୍କ ନିଷ୍ପତି ଅନୁଯାୟୀ  ବ୍ଳକ ର ଭିତରଗଡ଼ ଗ୍ରାମ ପଞ୍ଚାୟତ ର  ଗିରଲିପୁଟ ଗାଁ , ବୁର୍ଜା ଗ୍ରାମ ପଞ୍ଚାୟତ ର ବନ୍ଦିକାର ଗାଁ ଏବଂ ତୁନପାର,ପିପଳପଦର,ଗୌଡ଼ଗୁଡା  ଗ୍ରାମପଂଚାୟତ ସଦର ରେ ଗୋଟିଏ ଲେଖାଏଁ ବିରାଟ କାୟ ଦିତାଲା ବିଲଡିଂ ଗୁଡିକ ରାଜସ୍ବ କାର୍ଯ୍ୟଳୟ ଉଦେଶ୍ୟ ରେ ତିଆରି କରାଯାଇଥିଲା। ବିଲଡିଂ ନିର୍ମାଣ ର ଦାୟିତ୍ୱ ଗ୍ରାମ୍ୟ ନିର୍ମାଣ ବିଭାଗ କୁ ପ୍ରଦାନ କରାଯାଇଥିଲା, ସବୁଠାରୁ ଦୁଃଖ ର ବିଷୟ ଏହାକି ବିଲଡିଂ ନିର୍ମାଣ ର ୧୦ ବର୍ଷ ରୁ ଉର୍ଧ୍ଵ ହୋଇଯାଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ବିଲଡିଂ ଗୁଡିକ ହସ୍ତାନ୍ତର ହୋଇନଥିବା ତହସିଲଦାର ନୈବେଦ୍ୟ ଭୋଇ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବିଲଡିଂ ର ସ୍ଥିତି ଗତି ଆଉ କିଛି ନଥିବା ବେଳେ ସରକାର କା ମାଲ ଦରିଆ ମେ ଡାଲ ସ୍ଥିତିରେ ରହିଛି। ୫ଟି ବିଲଡିଂ ର ମୂଲ୍ୟ ପାଖା ପାଖି ଦୁଇ କୋଟିରୁ ଉର୍ଧ୍ଵ ଟଙ୍କା ହେବ ବୋଲି ଜଣା ପଡିଥିଲେ ସୁଧା କୌଣସି କାର୍ଯ୍ୟ ରେ ବ୍ୟବହାର ହୋଇ ପାରୁନଥିବା ଦୁଃଖ ର କଥା ବୋଲି ପଞ୍ଚାୟତ ବାସିନ୍ଦା ମାନେ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲାଯିବା ପ୍ରସ୍ତାବ ସ୍ଥଗିତ ରଖାଯାଇଥିବା ବେଳେ ଦୁଇଟି ତିନଟି ଗ୍ରାମ ପଞ୍ଚାୟତ କୁ ବର୍ତମାନ ଜଣେ ଲେଖାଏଁ ରାଜସ୍ବ ନିରୀକ୍ଷକ ଓ କାର୍ଯ୍ୟାଳୟ ଥିବାରୁ ସାଧାରଣ ଲୋକେ ନାହିଁ ନଥିବା ର ଅସୁବିଧା ର ସମ୍ମୁଖୀନ ହୋଉଥିବା ଲୋକେ  ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ