Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୋଇ ବସ  ୟୁନିଅନ କର୍ମଚାରୀ ଲକ୍ଷ୍ମୀ ବସ କୁ ଅଟକାଇଲେ, ଟାଇମିଙ୍ଗ ରେ ନ ଆସିବାରୁ ବିରୋଧ,ସାଧାରଣ ରେ ନାପସନ୍ଦ

ଲକ୍ଷ୍ମୀପୁର ୦୩/୦୧ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବସ ଷ୍ଟାଣ୍ଡ ରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଘରୋଇ ବସ ୟୁନିଅନ ର ଟାଇମିଙ୍ଗ କର୍ମଚାରୀ ଓ ଲକ୍ଷ୍ମୀ ବସ କର୍ମଚାରୀ ଙ୍କ ମଧ୍ୟ ରେ ବସ ଚଳା ଚଳ କୁ ନେଇଁ ଦ୍ଵନ୍ଦ ଲାଗିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ପ୍ରାୟ ୨ ଟା ସମୟରେ ଲକ୍ଷ୍ମୀ ବସ ଗ୍ରାମାଞ୍ଚଳ ର ପଞ୍ଚାୟତ ସଦର ମହକୁମା କୁ ଯିବାକୁ ଅଗ୍ରସର ହଉଥିବା ବେଳେ ଘରୋଇ ବସ  ୟୁନିଅନ ର ଟାଇମିଙ୍ଗ କର୍ମଚାରୀ ଆସି ଲକ୍ଷ୍ମୀ ବସ ସମ୍ମୁଖରେ ମୋଟର ସାଇକେଲ ରଖି ଅଟକାଇ ଥିଲେ, ଏପରିକି ଘରୋଇ  ଶ୍ରୀରାମ ବସ ନଯିବା ପର୍ଯ୍ୟନ୍ତ ଲକ୍ଷ୍ମୀ ବସ କୁ ଛାଡି ନଥିଲେ। ଲକ୍ଷ୍ମୀ ବସ ର କୌଣସି ଟାଇମିଙ୍ଗ ନଥିବା କାରଣରୁ ଓ ଘରୋଇ ବସ ର ଟାଇମିଙ୍ଗ ଥିବା କାରଣରୁ ଲକ୍ଷ୍ମୀ ବସ କୁ ଅଟକାଇ ରଖାଯାଇଥିଲା ବୋଲି ସଫେଇ ଦେଇଛନ୍ତି ବସ ୟୁନିଅନ ଟାଇମିଙ୍ଗ କର୍ମଚାରୀ।ଅନ୍ୟ ପକ୍ଷରେ ଘରୋଇ ବସ ଟାଇମିଙ୍ଗ କର୍ମଚାରୀ ଙ୍କ ଏପରି କାର୍ଯ୍ୟ କୁ ଲକ୍ଷ୍ମୀ ବସ କର୍ମଚାରୀ ସହ ସାଧାରଣ ଲୋକ ନାପସନ୍ଦ କରିଛନ୍ତି।ଘରୋଇ ବସ ମାନଙ୍କ ରେ ରେ ସିଟ ମିଳିବା ତ ଦୂରର କଥା ବସ ଭିତରେ ଠିଆ ହେବାକୁ ମଧ୍ୟ ସ୍ଥାନ ନଥାଉଛି ତଥାପି ଲକ୍ଷ୍ମୀ ବସ କୁ ଘରୋଇ ବସ ମାଲିକ କର୍ମଚାରୀ ବିରୋଧ କରିବା ନିନ୍ଦନୀୟ ବୋଲି କୁହାଯାଇଛି। ଏମିତି ରେ ମଧ୍ୟ ଗ୍ରାମାଞ୍ଚଳ ମାନଙ୍କ ର ପଞ୍ଚାୟତ ସଦର ମହକୁମା କୁ ଲକ୍ଷ୍ମୀ ବସ ଯିବା ଆସିବା ସକାଶେ ସରକାର କୌଣସି ଟାଇମିଙ୍ଗ ପ୍ରଦାନ କରିନାହାନ୍ତି, ଗ୍ରାମାଞ୍ଚଳ ରେ ବସ ଯିବା ଆସିବା କରିବା ଯୋଗୁଁ ବିଶେଷ କରି ଗରିବ ଲୋକେ ଅନେକ ଉପକୃତ ହଉଛନ୍ତି, ଆଗାମୀ ଦିନରେ ଯଦି ଘରୋଇ ବସ ଟାଇମିଙ୍ଗ କର୍ମଚାରୀ ଏମିତି ହଇରାଣ ହରକତ କରନ୍ତି ତାହେଲେ ଗ୍ରାମାଞ୍ଚଳ ଲୋକେ ଓ ଲକ୍ଷ୍ମୀ ବସ କର୍ମଚାରୀ ପ୍ରଶାସନ ର ଦ୍ୱାରସ୍ତ ହେବେ ବୋଲି କହିଛନ୍ତି।ଏନେଇ ଆଜି ସ୍ଥାନୀୟ ବିଡ଼ିଓ ଙ୍କୁ ଲକ୍ଷ୍ମୀ ବସ ଡ୍ରାଇଭର ଜଣାଇଥିବା କହିଛନ୍ତି।
ଗ୍ରାମାଞ୍ଚଳ ର ମହିଳା ମାନେ ୫ଟଙ୍କା ରେ ଓ ଅନ୍ୟ ମାନେ ୧୦ ଟଙ୍କା ରେ ବ୍ଳକ ସଦର ମହକୁମା କୁ ଆସି ସନ୍ଧ୍ୟା ରେ ନିଜ ଗାଁ କୁ ସୁରୁଖୁରୁରେ ରେ ପହଂଚି ପାରୁଛନ୍ତି, ଏହି ଉଦେଶ୍ୟ ନେଇଁ ପୂର୍ଵ ସରକାର ଗ୍ରାମାଞ୍ଚଳ କୁ ମୋ ବସ ଓ ଲକ୍ଷ୍ମୀ ବସ ଚଳା ଚଳ କରିଥିଲେ, ଏପରିକି ଲକ୍ଷ୍ମୀ ବସ ଯୋଗୁଁ ଛାତ୍ର ଛାତ୍ରୀ ସରକାରୀ କର୍ମଚାରୀ ମଧ୍ୟ ଉପକୃତ ହଉଛନ୍ତି, ଏହା ସରକାର ଙ୍କ ବସ,ଏଥିରେ ସମୟ ସାରଣୀ ର କୌଣସି ଆବଶ୍ୟକତା ହିଁ ନାହିଁ, ଏହାକୁ ବିରୋଧ କରିବା ଯଥାର୍ଥତା ନଥିବା ପୂର୍ବତନ ବିଧାୟକ କୈଳାଶ କୁଲେସିକା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ