Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଡ ରେ ଥରୁଛି ଲକ୍ଷ୍ମୀପୁର…କୁହୁଡି କାରଣରୁ ଗାଡ଼ି ଚଳାଚଳ ରେ ବାଧାପ୍ରାପ୍ତ.

ଜାଡ ରେ ଥରୁଛି ଲକ୍ଷ୍ମୀପୁର…
କୁହୁଡି କାରଣରୁ ଗାଡ଼ି ଚଳାଚଳ ରେ ବାଧାପ୍ରାପ୍ତ…
ଲକ୍ଷ୍ମୀପୁର ୦୬/୦୭ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ରେ ସପ୍ତାହେ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହଉଛି। ପାହାନ୍ତିଆ ସମୟରେ ପାରଦ ପାଖାପାଖି ୧୦ ଡିଗ୍ରୀ ରହୁଥିବା ବେଳେ ଦିନ ତମାମ ଥଣ୍ଡା ପାଗ ରହୁଛି। ସକାଳୁ ସକାଳୁ ଅନେକ ଲୋକେ ସପ୍ତାହ ପୂର୍ବରୁ ୫ ଟା ପୂର୍ବରୁ ପ୍ରାତହ ଭ୍ରମଣ ରେ ଯାଉଥିଲେ, ବର୍ତ୍ତମାନ କିନ୍ତୁ ଅନେକ ଲୋକେ ୬ ଟା ନହେଲେ ବାହାରୁ ନାହାନ୍ତି। ଥଣ୍ଡା ଯୋଗୁଁ ଜାଡ ଭଳି ସ୍ଥିତି ଅନୁଭୂତି ହଉଥିବା ବେଳେ ରାତ୍ର ସମୟରେ ଖଟ ଉପରେ ମଧ୍ୟ ପ୍ରବଳ ଥଣ୍ଡା ହଉଥିବା କାରଣରୁ କିଛି ବୟସ୍କ ଲୋକେ ଶୋଇବା ତଳେ କମ୍ବଳ ବିଛାଇ ସଉଥିବା ବେଳେ ଘୋଡାଇ ହେବା ସକାଶେ କମ୍ବଳ ଓ ଗଂଥା ବ୍ୟବହାର କରୁଥିବା କହିଛନ୍ତି। ସନ୍ଧ୍ୟା ହେବା ମାତ୍ରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହର ଅଞ୍ଚଳ ରେ ନିଆଁ ଲଗାଯାଇ ନିଆଁ ପଉଁ ଥିବା ଦେଖିବାକୁ ମିଳୁଛି। କୋରାପୁଟ ରୁ ରାୟଗଡା ଜାତୀୟ ରାଜପଥ ୩୨୬ ର ଜଙ୍ଗଲ ଅଞ୍ଚଳ  ରେ ଥିବା ମିନାପାଇ ଘାଟି,ଧରମ ଧର ଘାଟି ଓ ଗୁମ୍ମା ଘାଟି ରେ ପ୍ରବଳ ଘନ କୁହୁଡି କାରଣରୁ ଗତ ତିନି ଦିନ ହେଲାଣି ଗାଡ଼ି ଗୁଡିକ ଚଳାଇବା କଷ୍ଟ କର ହୂଉଥିବା ଦେଖିବାକୁ ମିଳିଛି। କିଛି ଗାଡ଼ି ଗତକାଲି ରାତ୍ର ରେ କୁହୁଡି କାରଣରୁ ଅଟକି ରହିଯାଇଥିବା ବେଳେ ଅନେକ ଗାଡ଼ି ଓ ରାତ୍ର ରେ ଚାଲୁଥିବା ବସ ୨୦ ରୁ ୩୦ କିମି ବେଗ ରେ ହିଁ ଯାଇ ପାରୁଥିବା ଦେଖିବା କୁ ମିଳିଥିଲା। କୋରାପୁଟ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ର ଭରପୁର ଜିଲ୍ଲା ରେ ପ୍ରବଳ ଥଣ୍ଡା ସତ୍ୱେ ବାହାର ଜିଲ୍ଲା ର ପର୍ଯ୍ୟଟକ ଙ୍କ ଭିଡ଼ କିନ୍ତୁ ଚଳିତ ବର୍ଷ ଅଧିକ ରହିଛି। ବିଶେଷ କରି ଦେଓମାଳୀ ଭ୍ରମଣ ରେ ଆସୁଥିବା ପର୍ଯ୍ୟଟକ ଲକ୍ଷ୍ମୀପୁର ରେ ଓଲ୍ଲାଇ ସେଲ୍ଫି ନେବା ସହ ଶୀତ ର ମଜା ସବୁ ଠାରୁ ଅଲଗା ବୋଲି କହିଛନ୍ତି।ପ୍ରବଳ ଶୀତ ର ଲହରୀ ସତ୍ୱେ ଯୁବ ପିଢ଼ି କ୍ୟାମ୍ପ ଫାୟାର କରି ଅନେକ ସ୍ଥାନରେ ମଜା ନେଉଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ