Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନନ୍ଦପୁର ପ୍ରେସ କ୍ଳବ୍ ପକ୍ଷରୁ ପଟ୍ଟଖଙ୍ଗି ବ୍ଳକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ

ପଟ୍ଟାଙ୍ଗି୦୬/୦୧କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ପର୍ଯ୍ୟଟନ ସ୍ଥଳୀ ରାଣୀ ଡୁଡୁମା ରେ ହୋଇଥିବା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକର ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିବା ଅବସରରେ ନନ୍ଦପୁର ପ୍ରେସ କ୍ଳବ୍ ପକ୍ଷରୁ ପଟ୍ଟାଙ୍ଗି ବ୍ଳକର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ତଥା ପଟାଙ୍ଗି ବ୍ଳକର ସମାଜ ପ୍ରତିନିଧି ଶଶଧର ରାଉତ ଙ୍କ ସମେତ ବରିଷ୍ଠ ପ୍ରତିନିଧି ଶରତ କୁମାର ଧଳ , ପ୍ରଶାନ୍ତ କୁମାର ଦାଶ , କୃଷ୍ଣ ଗୋଲରୀ , ମେଘା ଗୁଣ୍ଠା , ରବିନ୍ଦ୍ର ପଡାଲ ଏବଂ ତ୍ରୀନାଥ ଗେମେଲ ପ୍ରମୁଖ ଙ୍କୁ ନନ୍ଦପୁର ପ୍ରେସ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରେସ କ୍ଳବ୍ ର ବରିଷ୍ଠ ସଦସ୍ୟ ତୁଷାର କାନ୍ତ ମହାନ୍ତି , ତ୍ରିନାଥ ଖରା , ଅବଦୁଲ ରସିଦ ଖାନ୍ , ଦୁର୍ଗା ପ୍ରଶାଦ ପାଢ଼ୀ , ହରେଶ ଖିଲ , ସୁନିଲ୍ କୁମାର୍ ପଣ୍ଡା , ଶଙ୍କର ପାଙ୍ଗି, ରମେଶ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଳକ କୁ ଆଗମନ କରୁଥିବା ନବାଗତ ଅଧିକାରୀ ଓ ନବନିର୍ବାଚିତ କର୍ମକର୍ତ୍ତା ଓ ବିଭିନ୍ନ ବ୍ଲକର ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ଏହି ଭଳି ସମ୍ବର୍ଦ୍ଧିତ କରାଯିବାର ଏକ ପରମ୍ପରା ନନ୍ଦପୁର ପ୍ରେସ କ୍ଳବ୍ ପକ୍ଷରୁ ଜାରି ରହିଥିବା ସହ ଏହା ଭାଇଚାରାର ସନ୍ଧେଷ ଦେଇଥାଏ ବୋଲି ବରିଷ୍ଠ ସଦସ୍ୟ ତ୍ରିନାଥ ଖରା ପ୍ରକାଶ କରିଛନ୍ତି । ପ୍ରେସ କ୍ଳବ୍ ର ଏଭଳି ସ୍ଵାଗତ ଯୋଗ୍ୟ ପରମ୍ପରା ଯୋଗୁଁ ଜିଲ୍ଲା ସଭାପତି ରାଉତ ସଦସ୍ୟ ଙ୍କୁ ସାଧୁବାଦ ସହ ଏହା ସମସ୍ତଙ୍କ ପାଇଁ ପ୍ରେରଣା ଦେଇଥିବା ପ୍ରକାଶ କରିଥିଲେ ।