Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗମ ଅଞ୍ଚଳରେ ସୋଲାର ଡ୍ରିଙ୍କିଙ୍ଗ ୱାଟର ପ୍ରକଳ୍ପ ଉଦ୍ଘାଟନ

ସେମିଳିଗୁଡା: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଦୁର୍ଗମ ଅଞ୍ଚଳ ସାଡାମ ପଞ୍ଚାୟତ ତଥା ଚାଟୁପଦର, ପି ଆମ୍ବାଗୁଡା ଓ ନିସାନିଗୁଡା ଗ୍ରାମରେ ମଙ୍ଗଳବାର ସୋଲାର ଡ୍ରିଙ୍କିଙ୍ଗ ଓାଟର ଡାଲପମ ପ୍ରକଳ୍ପ ଉଦ୍ଘାଟନ କରାଯ଼ାଇଥିଲା. ଏଥିରେ ପଟ୍ଟାଙ୍ଗି ବିଧାୟକ ପିତମ ପାଢି ମୁଖ୍ୟ ଅତିଥି ରୁପେ ଯ଼ୋଗଦେଇ ଏହି ପ୍ରକଳ୍ପ ଉଦ୍ଘାଟନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ଯ଼ୋସଦା ଖିଲ, ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ବିଡିଓ ସବ୍ୟସାଚି ବେହେରା, ଉପାଧ୍ୟାକ୍ଷ ଶିବା ବାଙ୍ଗାରି,ଶ୍ରୀ କନ୍ୟକ ପରମେଶ୍ବରୀ ଇଂଞ୍ଜିନିୟରିଂ ଓର୍କସର ଠିକାଦାର ଜି.ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ. ଏହି ପ୍ରକଳ୍ପ ନିର୍ମାଣରେ ଗୋଟାଏ ପିଛା 4 ଲକ୍ଷ 50 ହଜାର ଟଙ୍କା ଆନୁମାନିକ ଖର୍ଚ କରାଯ଼ାଇଥିବା ଜଣାପଡିଛି. ଆନ୍ଧ୍ର ଓଡିଶା ସୀମାଞ୍ଚଳରେ ରହିଥିବା ଦୁର୍ଗମ ଅଞ୍ଚଳର ଗ୍ରାମ ଗୁଡିକରେ ଅନେକ ସମସ୍ୟା ଲାଗି ରହିଥିବା ବେଳେ ବର୍ତ୍ତମାନ କରାଯ଼ାଉଥିବା ସୋଲାର ଡ୍ରିଙ୍କିଙ୍ଗ ଓାଟର ପ୍ରକଳ୍ପ ଦ୍ବାରା ପିଇବା ପାଣି ସମସ୍ୟା କିଛିଟା ସମାଧାନ ହେବ ବୋଲି ଆଶା କରାଯ଼ାଉଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ