Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ
ଲକ୍ଷ୍ମୀପୁର ୦୭/୦୧ ..ଲକ୍ଷ୍ମୀପୁର ବ୍ଳକ ର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ସମେତ ଗୌଡ଼ଗୁଡା ଆଦର୍ଶ ବିଦ୍ୟାଳୟ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି। ସାଙ୍ଗନା କେନ୍ଦ୍ରରେ ୧୬୮ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୫୬ ଜଣ ପରୀକ୍ଷା ଦେଇଥିବା ବେଳେ କୌଣସି କାରଣରୁ ୧୨ ଜଣ ପରୀକ୍ଷା ଦେଇ ନ ଥିବା ବେଳେ ଗୌଡ଼ଗୁଡା ସ୍କୁଲ ରେ ୧୮୦ ଜଣ ପରୀକ୍ଷା ସକାଶେ ଆବେଦନ କରିଥିବା ବେଳେ ୧୫୬ ଜଣ ପରୀକ୍ଷା ଦେଇଥିଲେ, ସେଠାରେ ମଧ୍ୟ ବିଭିନ୍ନ କାରଣରୁ ୨୪ ଜଣ ଅନୁପସ୍ଥିତ ରହିଥିଲେ । ଷଷ୍ଠ, ଅଷ୍ଟମ ଓ ନବମ ଶ୍ରେଣୀରେ ୨୦୨୫ ଶିକ୍ଷା ବର୍ଷ ପାଇଁ ପ୍ରବେଶ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଯୋଗ୍ୟ ପରୀକ୍ଷାର୍ଥୀ ମାନେ ଶ୍ରେଣୀ
ଭିତିରେ ଓଏଭି ଓ ଓଏମଏଭି ରେ ୨୦୨୫ ଶିକ୍ଷା ବର୍ଷ ରେ ନାମ ଲେଖାଇ ପଢ଼ି ପାରିବେ। ଉକ୍ତ ପ୍ରବେଶିକା ପରୀକ୍ଷାରେ ଅଧିକ୍ଷକ ଭାବେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ, ଉପ ଅଧିକ୍ଷକ ଭାବେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା କାର୍ଯ୍ୟ ନିର୍ବାହ କରିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ଲକ୍ଷ୍ମୀପୁର ପ୍ରିୟମ୍ବଦା ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସପନ କୁମାର ଦୀକ୍ଷିତ, ସୁଜିତ କୁମାର ସାମଲ, ଶଙ୍କର ଗୁଦୁମ୍ବକା, ସୁକାନ୍ତ କୁମାର ଯାଦବ, ଯେଷ୍ଣା ପଣ୍ଡା,ସୁନୀତା ସାହୁକାର, କସ୍ତୁରୀ ଶବର, ପ୍ରିୟଙ୍କା ବିଶୋଇ ଓ ରୋଜାଲିନ ସ୍ଵାଇଁ ନିରୀକ୍ଷକ ଭାବେ ପରୀକ୍ଷା ପରିଚାଳନା କରିଥିଲେ। କନିଷ୍ଠ ସହାୟକ ଭାବେ ସୁରଜ୍ କୁମାର ନାୟକ ନିଯୁକ୍ତ ହୋଇଥିବା ବେଳେ ସଂଯୁକ୍ତା ତୁରୁକ୍ ଓ ନୂତନ ଚେଟ୍ଟୀ ପରୀକ୍ଷା ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି  ଗୌଡ଼ଗୁଡା ଠାରେ ପ୍ରିନସିପାଲ  ବନ୍ଦନା ଗଡ଼ନାୟକ ଙ୍କ ସହ ଶିକ୍ଷକ ସପ୍ନିଲ କୁମାର ସାହୁ   ଓ କର୍ମଚାରୀ ପରୀକ୍ଷା ପରିଚାଳନା କରିଥିବା ବେଳେ ଏବିଇଓ ବିଭୁତି ଭୂଷଣ ଟାକ୍ରୀ  ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ