Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରାୟଣପୁର ଗ୍ରାମରେ ୨୪ ପହର ନାମ ଯଜ୍ଞ ରେ ଯୋଗ ଦେଲେ ପୂର୍ବତନ ବ୍ରହ୍ମପୁର ସାଂସଦ ।

ଗୋପାଳପୁର, ଗୋପାଳପୁର ନିକଟସ୍ଥ ନାରାୟଣପୁର ଗ୍ରାମରେ ଚାଲିଥିବା ୨୪ ପହର ନାମ ଯଜ୍ଞ ରେ ଆଜି ପୂର୍ବତନ ବ୍ରହ୍ମପୁର ସାଂସଦ ଡ଼ଃ ସିଦ୍ଧାନ୍ତ ମହାପାତ୍ର ପହଞ୍ଚିବା ପରେ କମିଟି ପକ୍ଷରୁ ତାଙ୍କୁ ସ୍ବାଗତ କରି ପୂଜା ମଣ୍ଡପ ନିକଟକୁ ନେଇ ଥିଲେ।ସେଠାରେ ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଚୈତନ୍ୟ ମହା ପ୍ରଭୁଙ୍କ ଠାରେ ପୂଜା ଅର୍ଚ୍ଚନା କରି ଆଶିଷ ଗ୍ରହଣ କରିଛନ୍ତି। ସାଂସଦ କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିବା ସହ ସେଲ୍ଫି ପାଇଁ ଅଧିକ ଭିଡ଼ ଜମିଥିଲା। ପରେ ପ୍ରସାଦ ସେବନ କରିଥିଲେ। ଏ ଗସ୍ତ କୁ ନେଇ ସାଂସଦ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଆଜି କୋଠାର ସିଂ,ପରେ ନାରାୟଣପୂର୍ ଚୈତନ୍ୟ ଠାକୁର ଙ୍କ ଦର୍ଶନ ପାଇଁ କମିଟି ପକ୍ଷରୁ ନିମନ୍ତ୍ରଣ କରିଥିଲେ।ଗସ୍ତ କୁ ମୁଖ୍ୟ ମନ୍ତ୍ରୀ ଙ୍କ ଗ୍ରିନ ସିଗ୍ନାଲ ମିଳିଛି କି ପଚାରିବାରୁ ସେ କହିଥିଲେ ଯେ ଏ ନେଇ କୌଣସି ମତ ରଖିନଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ,ଦଳ ଏବଂ ଜନସାଧାରଣ ଙ୍କ ଯାହା ନିଷ୍ପତି ନେବେ ତାହା ପାଳନ କରିବେ ବୋଲି କହିଥିଲେ। ଆପଣଙ୍କ ଗସ୍ତ ରେ ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାଶ ଙ୍କ ଅନୁପସ୍ଥିତ ର କାରଣ ପଚାରିବା ରୁ ସେ କୌଣସି ଉତ୍ତର ରଖି ନ ଥିଲେ।ଗସ୍ତରେ ବିଜେଡ଼ି ସଭା ନେତ୍ରୀ ନମିତା ଦାସ, ଲଲାଟ ଗଉଡ ,ନଳିନୀ ବିଷୋୟୀ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ କମାରlଜୁ ସେଠୀ ଙ୍କ ସମେତ ବହୁ ପୁରୁଣା ବିଜେଡ଼ି କର୍ମୀ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories