Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଦ୍ଧ ପୂର୍ଣ୍ଣିମା ଓ ସନ୍ଥକବି ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖଡ଼ିଆଳ: ଖଡ଼ିଆଳ ବ୍ଲକ ଅନ୍ତର୍ଗତ କୁଶମାଲ ଗ୍ରାମରେ ଡମ୍ବ ଗଣା ସମାଜ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ଓ ସନ୍ଥକବି ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି । ଏହି ବୈଠକରେ କୁଶମାଲ ଡ଼ମଗଣା ସମାଜର ସଭାପତି ମନୋଜ କୁମାର ଶଗରିଆ ସଭାପତିତ୍ବ କରିଥିଲେ। ବୈଠକରେ ଚଳିତ ମାସ ୫ ତାରିଖରେ ତଥାଗତ ଗୌତ୍ତମ ବୁଦ୍ଧ ଓ ସନ୍ଥକବି ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଥିଲା l ଉକ୍ତ ଜନ୍ମଜୟନ୍ତୀ ଦିନ ବୌଦ୍ଧ ଧର୍ମବଳମ୍ବି ମାନେ ଆସି ବୁଦ୍ଧଙ୍କ ନୀତିବାଣୀ, ଆଦର୍ଶ ଓ ତାଙ୍କ ଜୀବନୀ ବିଷୟରେ ଲୋକଙ୍କୁ ଆଲୋକପାତ କରାଇବେ l ପରେ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀକୁ ଅଲେଖ ମହିମା ଧର୍ମାବଲମ୍ବି ମାନେ ବଖାଣିବା ସହ ତାଙ୍କ ଖଜଣି ମାଧ୍ୟମରେ ବାଦ୍ୟ କରିବେ l ଏହି ଜନ୍ମଜୟନ୍ତୀରେ ଜିଲ୍ଲା ତଥା ରାଜ୍ୟ ବାହାରୁ ଅତିଥି ମାନେ ଯୋଗଦାନ କରିବେ l ଗୌତମ ବୁଦ୍ଧ ଓ ସନ୍ଥକବି ଭୀମ ଭୋଇଙ୍କ ବିଷୟରେ ଅତିଥି ମାନେ ଉଦବୋଧନ ଦେବେ l ସଭାକାର୍ଯ୍ୟ ଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାର ମଧ୍ୟ ନିଷ୍ପତି ନିଆଯାଇଛି l ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ସମ୍ବଲପୁରୀ ଗୀତର ବାଦଶାହ ରକଷ୍ଟାର ରୁକୁ ସୁନା ତାଙ୍କ କଳା ପରିବେଷଣ କରିବେ l ଏହି ବୈଠକରେ କୁଶମାଲ ସମାଜ ସଭାପତିଙ୍କ ସମେତ ପ୍ରେମାନନ୍ଦ ଶଗରିଆ, ମହେନ୍ଦ୍ର ମହାନନ୍ଦ, ଡୁଡୁରାମ ଶଗରିଆ, ଗୋବିନ୍ଦ ନାଗ, ସୁରଥ ଶଗରିଆ, ବାସୁଦେବ ଶଗରିଆ, ଦେବରାଜ ଶଗରିଆ, ଧନେଶ୍ୱର ଶଗରିଆ,ଶଶିଭୂଷଣ ଶଗରିଆ, ଗୋସିଙ୍ଗ ନାଗ, ପ୍ରଦୀପ ମହାନନ୍ଦ, ଗଣପତି ଶଗରିଆ, ନେତରାନନ୍ଦ ଶଗରିଆ, ଦୟାନିଧି ଶଗରିଆ, ଭୋଦେବ ଶଗରିଆ, ଚିତୃ ଶଗରିଆ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ