ବ୍ରିଜ ତଳକୁ ସ୍କୁଟି ଖସି ଡ୍ରାଇଭର ମୃତ


ବଲାଙ୍ଗୀର: ତୁରିକେଲା ଥାନା ପଣ୍ଡେନ ଗାଁ ନିକଟରେ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସି ପଡ଼ିଲା ସ୍କୁଟି । ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଚନାବେଡା ଗାଁର ଭବାନୀ ଷଡ଼ଙ୍ଗୀ ।

ଭବାନୀ କୌଣସି କାମ ପାଇଁ ତୁରେକେଲା ଯାଉଥିଲେ । ପଣ୍ଡେନ ବ୍ରିଜ ଉପରେ ଭାରସାମ୍ୟ ହରାଇ ସ୍କୁଟି ସହ ତଳକୁ ଖସି ପଡ଼ିଥିଲେ ।  ଫଳରେ ପଥରରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତୁରେକେଲା ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କଣ୍ଟାବାଞ୍ଜି ଡାକ୍ତରଖାନରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।