Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଟର ସାଇକଲ ଦୁର୍ଘଟଣା ଆଶ୍ରମ ବିଦ୍ୟାଳୟର ଚତୁର୍ଥ ଶ୍ରେଣି କର୍ମଚାରି ମୃତ

ନାରାୟଣପାଟଣା : ଦଣ୍ଡାବାଡି ପୋଲ ଉପରେ ମଙ୍ଗଳବାର ରାତିରେ ଏକ ମଟରସାଇକଲ ଦୁର୍ଘଟଣାରେ ଜଣେ ୨୫ ବର୍ଷିଆ ଯୁବକଙ୍କର ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଜାମା ଓ୍ଵାଟେକା।ସିଏ ଦଣ୍ଡାବାଡି ଆଶ୍ରମ ବିଦ୍ୟାଳୟର ଚତୁର୍ଥ ଶ୍ରେଣି କର୍ମଚାରି ବୋଲି ଜଣା ପଡିଛି।ଜାମା ନିଜ ଶ୍ୱଶୁର ଘର ଚିନ୍ତାଗୁଡା ଯାଇ ଫେରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଛନ୍ତି।ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଦଣ୍ଡାବାଡି ଆଶ୍ରମ ଠାରୁ ମାତ୍ର ସହେ ମିଟର ଦୁରରେ ଘଟଣା ଘଟିଥିବା ବେଳେ ଦୁର୍ଘଟଣା କିପରି ହେଲା ତାହା ଜଣାପଡିନି।ଘଟଣା ସ୍ଥଳରେ ପୋଲିସ ପହଁଚି ଦୁର୍ଘଟଣା ଗ୍ରସ୍ତ ମଟର ସାଇକଲ ଯବତ କରିବା ସହ ମୃତ ଦେହ ଉଧାର କରିଛି।
ଅପର ପଟେ ଦଣ୍ଡାବାଡି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଯୋଗା ଜୋଗ ସମ୍ଭବପର ନହେବାରୁ ତାଙ୍କର କୌଣସି ପ୍ରତିକ୍ରିଆ ମିଳି ପାରିନି।ଜାମାଙ୍କ ମୃତ୍ୟୁକୁ ନେଇ ନାରାୟଣପାଟଣା ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରିଙ୍କୁ ଫୋନ ଯୋଗେ ପଚାରିବାରୁ ସିଏ କିଛି କହିବାକୁ ମନା କରିଛନ୍ତି।ଏନେଇ ଥାନାରେ ଏକ ମାମଲା ରୁଜୁକରାଜାଇଥୁବା ବେଳେ ଆଜି ବ୍ୟବଛେଦ କରାଜିବ ବୋଲି ସୁଚନା ମିଳିଛି।ମୃତକଙ୍କର ଗୋଟିଏ ଝିଅ ଥିବା ବେଳେ ତାକୁ ନେଇ ତାଙ୍କ ସ୍ତ୍ରୀ ଚିନ୍ତାରେ ପଡିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories