Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତରଖାନା ତରଫରୁ ମାଗଣାରେ ଔଷଧୀୟ ମଶାରୀ ବଣ୍ଟନର ଶୁଭାରମ୍ଭ…

ଲକ୍ଷ୍ମୀପୁର ୧୫/୦୧ ..
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ମ୍ୟାଲେରିଆ ମୁକ୍ତ ଅଞ୍ଚଳ କରିବା ଉଦେଶ୍ୟ ନେଇଁ  ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମଶାରୀ ବଣ୍ଟନ ଅଭିଯାନ ଆରମ୍ଭ ହେଇଯାଇଛି।ବ୍ଲକରେ ପ୍ରତ୍ୟେକ ବର୍ଷ ଶତାଧିକ ଲୋକ ମେଲେରିଆ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବର୍ତ୍ତମାନ ତପ୍ତରତା ଦେଖାଇଛି ।  ଆଜି ପ୍ରଥମ କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମ୍ୟାଲେରିଆ ଅଭିଯାନ ଆରମ୍ଭ ହୋଇଥିବା ବେଳେ ବୁର୍ଜା ପଞ୍ଚାୟତ ର ମାତାଲଆମ୍ବା ଗ୍ରାମ ଠାରେ ଏହାର ଶୁଭ ଉଦଘାଟନ କରାଯାଇଛି।ବିପିଏମଓ ସନ୍ତୋଷିନୀ ପଣ୍ଡା ଓ ପି ଏଚ ଈଓ ଗୀତାଞ୍ଜଳି ଦାଶ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପବିତ୍ର ସାଉନ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମର ୪୮ ଜଣ ପରିବାରର ୧୦୫ ଜଣଙ୍କୁ ଔଷଧୀୟ  ଡବଲ ଓ ସିଙ୍ଗଲ ମଶାରୀ ବଣ୍ଟନ କରିଥିଲେ। ବ୍ଳକ ରେ ବିଭିନ୍ନ ପର୍ଯ୍ୟାୟ ରେ ୩୮ ହଜାର ମଶାରୀ ବଣ୍ଟନ କରାଯିବାର ଲକ୍ଷ ରଖାଯାଇଛି।କାର୍ଯ୍ୟକ୍ରମ ରେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା ଶୁଆଇ କୁଲେସିକା,ବିଡ଼ିଓ ଗୁରେଶ୍ୱର ଭୋଇ,ବୁର୍ଜା ସରପଞ୍ଚ ଜୋଲି ମିଣିଆକା,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି, ଜିଲ୍ଲାପରିଷଦ ସଭ୍ୟା ପିଙ୍କି ହିମେରିକା,ଡ.ଦୀପ୍ତି ରଞ୍ଜନ ପ୍ରଧାନ,ଡ.ସାର୍ଥକ ରାଉତ,ଅତିରିକ୍ତ ତହସିଲଦାର ମାଧବ ଭତ୍ରା,ଭିବିଟିଏସ ଶିଳ୍ପା ପାତ୍ର, ବଣିକ ସଙ୍ଘ ସଭାପତି ମନୋଜ ସାହୁ  ଙ୍କ ସହ ଗ୍ରାମବାସୀ ସହ ଯୋଗ ଦେଇଥିଲେ। ଶେଷରେ ଗାମ୍ବୁସିଆ ମାଛ ନିକଟସ୍ଥ ଝରଣା ରେ ଛଡ଼ାଯାଇଥିଲା, ଯେଉଁ ମାଛ ଦ୍ୱାରା ମଶା ଙ୍କ ଲାଭା ନଷ୍ଟ ହୋଇପାରିବ ବୋଲି କୁହାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ