Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ବିୟୋଗ…କଠୋରୀ ରେ ୪ ବର୍ଷ ହେଲା ଏକାକୀ ରହୁଥିଲେ…ମହାନତା ଦେଖାଇ ପୋଲିସ ବୋହିନେଲା ଶବ…

ଲକ୍ଷ୍ମୀପୁର ୧୫/୦୧  ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କ୍ଷୁଦ୍ର ଜଳ ସେଚନ  ବିଭାଗ ଯନ୍ତ୍ରୀ ସୁନୀଲ ପତିଙ୍କ ର  ବୁଧବାର ସକାଳେ  ୫୭ ବର୍ଷ ବୟସ ରେ ମୃତ୍ୟୁ ହୋଇଛି ।ଦୀର୍ଘ ୪ ବର୍ଷ ତଳେ ସେ ଲକ୍ଷ୍ମୀପୁର କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଅଫିସ ଓ କାର୍ଯ୍ୟାଳୟ ମିଳିତ ଭାବେ ଥିବା ଏକ କଠୋରୀ ରେ ସେ ଏକାକୀ ହିଁ ରହି ଆସୁଥିଲେ। ୪ ବର୍ଷ ହେଲା କେବେ ହେଲେ ସେ ନିଜ କାର୍ଯ୍ୟ କୁ ଯାଇ ନାହାନ୍ତି କି ସେ କଠୋରୀ ରୁ ବାହାରିବା ମଧ୍ୟ କେହି ସାଧାରଣ  ରେ ଜାଣି ନାହାନ୍ତି। ପରିବାର ସହ ସମ୍ପର୍କ ଥିଲେ ମଧ୍ୟ ୪ ବର୍ଷ  ମଧ୍ୟ ରେ ଥରେ ଦିଥର ହିଁ ଗାଁ କୁ ଯାଇ ଥିବା ତାଙ୍କ କର୍ମଚାରୀ ପ୍ରକାଶ କରିଥିବା ବେଳେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଏଠି ଆସି କେହି ରହନ୍ତି ନାହିଁ ବୋଲି କହିଛନ୍ତି। ଆଜି ସକାଳୁ ଯନ୍ତ୍ରୀ ସୁନୀଲ ପତି ଖଟ ଉପରେ ପଡି ରହିଥିବା ଦେଖି ଜାଣିବା ପରେ ପଡୋଶୀ ତଥା ଅବସର ପ୍ରାପ୍ତ କର୍ମଚାରୀ ସୁଦର୍ଶନ ପଣ୍ଡା ଦେଖିବା ପରେ ଡାକ୍ତରଖାନା ନେବା ସକାଶେ ଅନ୍ୟ ମାନଙ୍କୁ ଡାକିଥିଲେ। ଯନ୍ତ୍ରି ଙ୍କ ର କାହା ସହ  ସମ୍ପର୍କ ନଥିବା କାରଣରୁ କେହି ଆସି ନଥିବା ବେଳେ ଆମ ପ୍ରତିନିଧି ପରମେଶ୍ୱର ସାହୁ ଓ   ସାମ୍ବାଦିକ ପ୍ରମୋଦ ଜେନା ଙ୍କୁ ଖବର ଆସିବା ପରେ ସେମାନେ ଉପସ୍ଥିତ ରହି ପୋଲିସ ଙ୍କୁ ଖବର ଦେଇଥିଲେ। ଲକ୍ଷ୍ମୀପୁର ଥାନା ଏସଆଇ ମାନସ ପ୍ରଧାନ ଓ କନଷ୍ଟେବଲ ସୁଜିତ କୁମାର ପଣ୍ଡା ସଙ୍ଗେ ସଙ୍ଗେ ଆସି ଅନ୍ୟ ଦୁଇ ଜଣ କର୍ମଚାରୀ ଲେଙ୍ଗୁ ହିମେରିକା ଓ ସ୍ମୃତି ରଞ୍ଜନ ପଣ୍ଡା ଙ୍କ ସହାୟତାରେ ଦିତଳା ବିଲଡିଂ ରୁ ଯନ୍ତ୍ରୀ ଙ୍କୁ ଓଲ୍ଲାଇ ଡାକ୍ତରଖାନା କୁ ନେଇଥିଲେ, ଡାକ୍ତରଖାନା ରେ ଡାକ୍ତର କିନ୍ତୁ ଯନ୍ତ୍ରୀ ଙ୍କୁ ମୃତ ଘୋଷଣା କରିଥିଲେ, ମୃତ ଘୋଷଣା କରିବା ପରେ ପୋଲିସ କର୍ମୀ ବ୍ଳକ ଡ୍ରାଇଭର ଆଶିଷ ମଲିକ ସହ ମିଶି ପୁଣି ଶବ ଗୃହ ପର୍ଯ୍ୟନ୍ତ ଶବ କୁ ବୋହି ନେଇଥିଲେ। ଦୁର୍ଗନ୍ଧ ହୋଇଯାଉଥିବା ଶବକୁ ମାନସ ପ୍ରଧାନ ଓ ସୁଜିତ ପଣ୍ଡା କୌଣସି ପ୍ରକାର ଭୃକ୍ଷେପ ନକରି ଯେଉଁ ଭଳି ଭାବେ ଡାକ୍ତରଖାନା ଓ ପରେ ଶବ ଗୃହ ପର୍ଯ୍ୟନ୍ତ ଟେକି କି ନେଲେ ତାହା ନିହାତି ପ୍ରଶଂସା ର ପାତ୍ର ହେବା ସହ ଏକ ମାନବିକତା ର ପରିଚୟ ଦେଇଥିଲେ। ପରେ ବିଭାଗ ର କର୍ମଚାରୀ ଙ୍କ ଦ୍ୱାରା ତାଙ୍କ ପରିବାର ଓ କୋରାପୁଟ କାର୍ଯ୍ୟାଳୟ କୁ ଯୋଗାଯୋଗ କରାଯାଇ କୁହା ଯିବା ପରେ କୋରାପୁଟ ଏସଡ଼ିଓ ଶୀତମ କୁମାର ମେହେର,ଯନ୍ତ୍ରୀ ସୁମନ୍ତ କୁମାର ବେହେରା ଲକ୍ଷ୍ମୀପୁର ପହଂଚି ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।ଅପରାହ୍ନ ରେ ଯନ୍ତ୍ରି ଙ୍କ ବଡପୁଅ ତୁଷାର ପତି ପହଂଚି ଡାକ୍ତରଖାନା ରୁ ତାଙ୍କ ବାପାଙ୍କ ମର ଶରୀର ଲକ୍ଷ୍ମୀପୁର ରେ ବେଦାନ୍ତ ଦ୍ୱାରା ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ଯୋଗେ ନେଇଁକି ବ୍ରହ୍ମପୁର ଯାଇଥିଲେ।
ଲକ୍ଷ୍ମୀପୁର ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଗିରିଜା ଚଉଧୁରୀ ,କୋରାପୁଟ ର ପୂର୍ବତନ ସାଂସଦ ଝୀନ୍ନ ହିକକା, ସନ୍ଦୀପ କୁମାର ବିଶ୍ୱାଳ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପସ୍ଥିତ ରହି ଯନ୍ତ୍ରୀ ଙ୍କ ଶବକୁ ପଠାଇବାରେ ସମସ୍ତ ବ୍ୟବସ୍ତା କରିଥିଲେ। ମୃତ ସୁନୀଲ ପତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ନିଜ ଭଉଣୀ ଜ୍ୱାଇଁ ଅଟନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories