Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଙ୍କୁ ଅନ୍ୟ ବିଦ୍ୟାଳୟ କୁ ଡେପୁଟେସନ୍ ନେଇ ଅସନ୍ତୋଷ ପ୍ରକାଶ କଲେ ଚିକାପାରୁ ଗ୍ରାମବାସୀ

ପଟ୍ଟାଙ୍ଗି୧୫/୦୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଳଗୋଲୁର୍ ପଞ୍ଚାୟତ ଅଧିନସ୍ଥ ଚିକାପାରୁ ଗ୍ରାମରେ ଥିବା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ମୁକୁନ୍ଦ ଖିନିବୁଡି ଙ୍କୁ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଅନ୍ୟ ବିଦ୍ୟାଳୟ କୁ ଡେପୁଟେସନ୍ ହୋଇଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଉକ୍ତ ଗ୍ରାମର ଶତାଧିକ ଗ୍ରାମବାସୀ ସ୍ଥାନୀୟ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ବିଇଓ ଟି ମିନତୀ ଙ୍କୁ ସାକ୍ଷାତ କରି ଆମ ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ଶିକ୍ଷକ ଖିନିବୁଡି ଙ୍କୁ କେଉଁ କାରଣରୁ ଅନ୍ୟତ୍ର ବିଦ୍ୟାଳୟ କୁ ଡେପୁଟେସନ୍ କରାଯାଇଛି ସେନେଇ ପଚାରି ବୁଝିଥିଲେ । ଗ୍ରାମବାସୀଙ୍କ ପ୍ରଶ୍ନ ଉତ୍ତର ରେ ବିଇଓ ମିନତୀ ଦେଇଥିବା ମତାମତ କୁ ନେଇ କ୍ଷୁବ୍ଧ ହେବା ସହ ବିଦ୍ୟାଳୟ ରେ ରହିଥିବା ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୫ ଛାତ୍ରଛାତ୍ରୀ ଙ୍କୁ ପାଠ ପଢାଉଥିବା ୦୪ ଶିକ୍ଷକ ଙ୍କ ମଧ୍ୟରୁ ଅନ୍ୟ କାହାକୁ ଡେପୁଟେସନ୍ ନକରି ଶିକ୍ଷକ ଖିନିବୁଡି ଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଡେପୁଟେସନ୍ କରି ଛାତ୍ରଛାତ୍ରୀ ଙ୍କ ପାଠପଢା କାର୍ଯ୍ୟକ୍ରମ କୁ ଦିଗହରା କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟରେ ରହିଥିବା ଏସ ଏମ ସି କମିଟିର ସଭାପତି ଙ୍କ ବିନା କୌଣସି ମତାମତ ରେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ୍ ନକରିବା ସହ ବିଦ୍ୟାଳୟର ଯେକୌଣସି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇ କାର୍ଯ୍ୟ କରିବା କୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହା ବି ପାଳନ କରା ଯାଉନାହିଁ । ଯାହାକି ପଟ୍ଟାଙ୍ଗି ବ୍ଲକ ଶିକ୍ଷା ବିଭାଗରେ ରହିଥିବା ବିଦ୍ୟାଳୟ ମାନଙ୍କରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମନ ଇଛା ଡେପୁଟେସନ୍ କରି ବ୍ୟବସାୟ ଚାଲିଥିଲେ ମଧ୍ୟ ଏଥି ପ୍ରତି କୈଣସି ଉଚ୍ଚ ପଦାଧିକାରୀ ଙ୍କ ଦୃଷ୍ଟି ପଡିବା ଦୂରର କଥା ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ନିର୍ବାଚିତ ଜନପ୍ରତିନିଧି ମଧ୍ୟ କୈଣସି ଆନ୍ତରିକତା ନଦେଖାଇବା ଅତି ଦୁର୍ଭାଗ୍ୟ ଜନକ ବୋଲି ଉକ୍ତ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଉପରୋକ୍ତ ବିଦ୍ୟାଳୟ ରୁ ଶିକ୍ଷକ ଖିନିବୁଡି ଙ୍କୁ ଡେପୁଟେସନ୍ କରିବା ନେଇ ବିଦ୍ୟାଳୟର ଏସ ଏମ୍ ସି ସଭାପତି ଗେମେଲ୍ ମାସୁରୁ ଙ୍କ ମତାମତ ନିଆ ଯାଇନଥିବା ସଭାପତି ମାସୁରୁ ପ୍ରକାଶ କରିଛନ୍ତି । ଏହିପରି କି ଶିକ୍ଷକ ଖିନିବୁଡି ଙ୍କୁ ଯେପର୍ଯ୍ୟନ୍ତ ବିଦ୍ୟାଳୟ କୁ ଫେରାଇ ନ ଅଣାଯାଇଛି ସେପର୍ଯ୍ୟନ୍ତ ବିଦ୍ୟାଳୟ କୁ କେହି ପାଠ ପଢିବା କୁ ଆସିବୁ ନାହିଁ ପ୍ରତିବାଦ କରି ବୁଧବାର ବିଦ୍ୟାଳୟ କୁ କେହି ଛାତ୍ରଛାତ୍ରୀ ଆସି ନଥିବା ବେଳେ ବିଦ୍ୟାଳୟରେ ଦୁଇଟି ଶିକ୍ଷକ ଉପସ୍ଥିତ ରହିଥିଲେ । ଶେଷରେ ଗ୍ରାମବାସୀ ବିଇଓ ମିନତୀ ଙ୍କୁ ଶିକ୍ଷକ ଖିନିବୁଡି ଙ୍କୁ ତୁରନ୍ତ ଫେରସ୍ତ କରାଯାଉ ବୋଲି ଏକ ଲିଖିତ ଦାବିପତ୍ର ଦେଇଥିବା ବେଳେ ବିଇଓ ମିନତୀ ଗୋଟିଏ ସପ୍ତାହ ଭିତରେ ଶିକ୍ଷକ ଖିନିବୁଡି ଙ୍କୁ ବିଦ୍ୟାଳୟ କୁ ଫେରସ୍ତ ହେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଶିକ୍ଷକ ଖିନିବୁଡି ନ ଫେରିଲେ ବିଦ୍ୟାଳୟ କୁ ସମ୍ପୂର୍ଣ୍ଣ ଭାବେ ତାଲା ପକାଇ ପ୍ରତିବାଦ କରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories