Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମ ପଞ୍ଚାୟତ ସ୍ତରୀୟ ବିକାଶ ଓ ସମ୍ମନୟ ସଭା,,ଲକ୍ଷ୍ମୀପୁର କୁ ପାଇଲଟ ପଞ୍ଚାୟତ ଭାବେ ଗ୍ରହଣ… ଯୋଗଦେଲେ ଆରଡିସି ଅନୁସଚିବ ମୋନିକା ପ୍ରିୟଦର୍ଶିନୀ .

ଲକ୍ଷ୍ମୀପୁର ୧୭/୦୧ .. ଲକ୍ଷ୍ମୀପୁର ବ୍ଳକ ବୈଠକ ଗୃହରେ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ବିକାଶ ଓ ସମ୍ମନୟ  ସଭା ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଗୁରେଶ୍ୱର ଭୋଇ ଙ୍କ ପରିଚାଳନା ରେ ଅନୁଷ୍ଠିତ ବୈଠକ ରେ ଆରଡିସି ଅନୁସଚିବ ତଥା ସହକାରୀ ଆର୍ଥିକ ପରାମର୍ଶ ଦାତା ଶ୍ରୀମତୀ ମୋନିକା ପ୍ରିୟଦର୍ଶିନୀ,ଏଷ୍ଟାବ୍ଲିସମେଣ୍ଟ ଅଫିସର ବି ବଳରାମ ରାଓ,କନିଷ୍ଠ ଅତିରିକ୍ତ ଆରଡିସି ବିକାଶ ରଞ୍ଜନ ତରାଇ, ଅତିରିକ୍ତ ତହସିଲଦାର ମାଧବ ଭତ୍ରା ଓ ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିଲେ।ଲକ୍ଷ୍ମୀପୁର ବ୍ଲକ ର ସଦର ଗ୍ରାମ ପଞ୍ଚାୟତ କୁ ପାଇଲଟ ପ୍ରୋଜେକଟ ର ଗ୍ରାମ ପଞ୍ଚାୟତ ଭାବେ ସ୍ଥିର କରାଯାଇଥିବା ବେଳେ କଣ କଣ ସମସ୍ୟା ରହିଛି ଓ ସେହି ସମସ୍ୟା ଗୁଡିକ କୁ ଉପସ୍ଥିତ ଅଧିକାରୀ କେତେ ଦିନ ମଧ୍ୟରେ ତାହା ପୂରଣ କରାଇ ପାରିବେ ସେଗୁଡିକ କୁ ଅଧିକାରୀ ମାନେ ଲିଖିତ ଭାବେ ପଞ୍ଜିକୃତ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଳକ ର ପ୍ରାୟ ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇଥିଲେ।ବିଶେଷ କରି ପଞ୍ଚାୟତ ରେ ଲାଗିରହିଥିବା ରାସ୍ତା, ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ଜବରଦଖଲ ଉଛେଦ, କିଛି ଅଙ୍ଗନବାଡି ରେ ଲାଗିରହିଥିବା ସମସ୍ୟା, କୃଷି, ଶିକ୍ଷା, ସ୍ଵାସ୍ଚ୍ୟ ପ୍ରତି ଅଭିଯୋଗ ଆସିଥିଲା। ପଞ୍ଚାୟତ ସଦର ମହକୁମା ରେ ଶିଶୁ ଉଦ୍ୟାନ କରାଯିବା ସହ ଖେଳ ପଡିଆ ନିର୍ମାଣ ପାଈଁ ମଧ୍ୟ ଦାବୀ କରାଯାଇଥିଲା।କିଛି ଜନସେବା କେନ୍ଦ୍ର ରେ ପଞ୍ଜିକରଣ ବାବଦକୁ ଅଧିକ ଟଙ୍କା ନିଆଯାଉଥିବା ଓ ଦୋଳିଆମ୍ବା ଗାଁ ରେ ସୋଲାର ପାଣି ପ୍ରକଳ୍ପ ଅଚଳ ହୋଇଥିବା  ଓ ନିୟମିତ ବ୍ଳକ ଶିକ୍ଷାଧିକାରୀ ପଦବୀ ପୂରଣ ସକାଶେ ଅଭିଯୋଗ କରାଯାଇଥିଲା। ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ କୁ  ଗୁରୁତ୍ୱ ଦେବାକୁ କୁହାଯାଇଥିବା ବେଳେ ଏସଏଚଜି ମାନେ କଣ କଣ କାର୍ଯ୍ୟ ହାତକୁ ନେଇଛନ୍ତି ତାହା ପଚାରି ବୁଝିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ