Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ସମ୍ଭାଗ ପ୍ରାଥମିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ବରପାଲି: ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମ୍ଭାଗ ସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ରୂଖ୍ବଣ କୁମାର ମେହେର ତହସିଲଦାର ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଶିଶୁବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ହୋତା ସ୍ବାଗତ ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ସତ୍ୟନାରାୟଣ ପଟ୍ଟନାୟକ ଶିକ୍ଷା ବିକାଶ ସମିତି ଓଡିଶା ଯୋଗ ଦେଇଥିଲେ। ଅଧ୍ୟାପକ ରାଜେଶ୍ ରାୟ ପରିଚାଳନା ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଜ୍ୟୋତି ରଞ୍ଜନ ମିଶ୍ର ପଶ୍ଚିମ ସମ୍ଭାଗ ସଂଯୋଜକ । ଆୟୋଜିତ ଦଶ ଦିବସୀୟ ପ୍ରଶିକ୍ଷଣ ଶିବିରରେ ପ୍ରଦୀପ କୁମାର ମିଶ୍ର ରାଉରକେଲା ବିଭାଗ ନିରୀକ୍ଷକ, ଜୟକିଶୋର୍ ପଣ୍ଡା ସମ୍ବଲପୁର ବିଭାଗ ନିରୀକ୍ଷକ,ବିଜନ କୁମାର ଜେନା ବରଗଡ ବିଭାଗ ନିରୀକ୍ଷକ, ଲୋକନାଥ ମିଶ୍ର ଶିଶୁ ବାଟିକା ନିରୀକ୍ଷକ,ଗଣେଶ୍ବର ପାତ୍ର ସମ୍ବଲପୁର ବିଭାଗ ସହ ନିରୀକ୍ଷକ ପ୍ରମୁଖ ଆମନ୍ତ୍ରିତ ପ୍ରଶିକ୍ଷକ ଭାବେ ସାମିଲ ହୋଇ ପ୍ରଶିକ୍ଷଣ ପର୍ବକୁ ଆଗେଇ ନେଇଥିଲେ। ପଶ୍ଚିମ ସମ୍ଭାଗ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଇସିଥିବା ୧୨୮ ଜଣ ପ୍ରଶିକ୍ଷାର୍ଥୀ ଶିବିରରେ ଯୋଗଦାନ କରି ଜ୍ଞାନ ଆହରଣ କରିଥିଲେ । ସ୍ଥାନୀୟ ବିଦ୍ୟା ମନ୍ଦିର ଭଉଣୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ସର୍ବୋପରି ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ