Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ବନ୍ଦର ର ଜନ ଶୁଣାଣିକୁ ଲୋକଙ୍କ କଡା ବିରୋଧ ।

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ରେ ହାଇଦ୍ରାବାଦ ର ନବଯୁଗ କମ୍ପାନୀ ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ବାଣୀଜ୍ୟ ଭିତ୍ତିକ ପ୍ରସ୍ତାବିତ ବନ୍ଦର ର ଜନ ଶୁଣାଣି ପିର ଜାହାନିଆ ,ନିକଟ ମେଳା ପଡିଆ ରେ,ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଜାଇ ଅଛି । ଜନ ଶୁଣାଣିକୁ ବିରୋଧ କରି ଛୁରିଆନା ଗ୍ରାମ ପଞ୍ଚାୟତ ଭିଟାମାଟି ସୁରକ୍ଷା ସମିତି ର ହଜାର ହଜାର ପୁରୁଷ, ମହିଳା,ସ୍କୁଲ ପିଲା,ଆଦି, କଣମଣ ବ୍ରିଜ ଛକ ଠାରୁ ଏକ ରାଲି କରି ବନ୍ଦର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ, ଜନ ଶୁଣାଣି ଶିବିର ନିକଟରେ ପହଂଚି ଥିଲେ । ସେଠାରେ ସମବେତ ହେବାପରେ, ବିରୋଧୀ ମଞ୍ଚ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା । ଏହି ଆଲୋଚନାରେ ସମସ୍ତେ ନିଜ ନିଜର ମତ ଲିଖିତ ଆକାର ରେ ରାଜ୍ୟ ସରକାର ଙ୍କ ତରଫରୁ ଆସିଥିବା ପ୍ରତିନିଧି ମାନଙ୍କୁ ପ୍ରଦାନ କରିବେ। ଲିଖିତ ଆକାର ରେ ଦେବା ପରେ ମଧ୍ୟ ବହୁ ଲୋକଙ୍କୁ,ତାଙ୍କର ମତ ଶାବ୍ୟସ୍ତ କରିବା ର ସୁଯୋଗ ଦିଆ ଯାଇ ଥିଲା। ସମସ୍ତ ପଞ୍ଚାୟତ ବାସି ଆସିଥିବା ଅଫିସର ଙ୍କ ସାମନାରେ ଅସ୍ତରଙ୍ଗ ଉପକୁଳରେ ବନ୍ଦର କୁ ଦୃଢ଼ ବିରୋଧ କରିବା ସହ, ମରିବୁ ପଛେ,ବନ୍ଦର ପ୍ରକ୍ଲପ ପାଇଁ ଇଞ୍ଚେ ମାଟି ବା ଭିଟା ମାଟି ଛାଡ଼ିବୁ ନାହିଁ,ଦୃଢ଼ ସ୍ଵରରେ ପ୍ରକାଶ କରିଥିଲେ,ଯାହା ଫଳରେ କି ହଜାର ହଜାର ଲୋକଙ୍କ ବନ୍ଦର ବିରୋଧୀ କୋଳା ହଳରେ ପିର ପୀଠ ପ୍ରକମ୍ପିତ ହୋଇ ଉଠି ଥିଲା । ପ୍ରାରମ୍ଭରେ,ପୁରୀ ଜିଲ୍ଲା ଏ ଡି ଏମ, ଶରତ ଚନ୍ଦ୍ର ମହାପାତ୍ର,ପଲୁସନ୍ କଣ୍ଟ୍ରୋଲ ବୋର୍ଡ ର ରିଯୋନାଲ ଅଫିସର୍ ଶୋଭନ ଗିରି, ପ୍ରସ୍ଥା ବିତ ବନ୍ଦର ର ଜଣ ଶୁଣାଣି ଉପରେ କିଛ ମାତ୍ରାରେ ଟିପଣୀ ରଖିବା ସହ,ମାନ୍ୟବର ହାକୋର୍ଟଙ୍କ ଙ୍କ ନିର୍ଦ୍ଦେଶରେ ଆଜିର ଜନ ଶୁଣାଣି ଏହି ସ୍ଥାନରେ ହେଉଛି ବୋଲି ପ୍ରକାଶ କରିଥିଲେ । ବିସ୍ତାବିତ ହେବାକୁଥିବା ଗ୍ରାମ ଗୁଡ଼ିକ ର ଲୋକମାନେ ଯେଉଁ ମତ ପୋଷଣ କରି ଛନ୍ତି ସେମାନଙ୍କର ଭଏସ ରେକର୍ଡି ଙ୍ଗି ଓ ଲିଖିତ ନାମା ରାଜ୍ୟ ସରକାର ଙ୍କ ନିକଟରେ ଉପସ୍ଥାପନ କରାଜାଇ ଯାହା ନିଷ୍ପତି ନିଆଯିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯକ୍ରମ୍ ରେ କାକଟପୁର ବିଧାୟକ,ତୁଷାରକାନ୍ତି ବେହେରା,କମ୍ୟୁନିଷ୍ଟ ଦଳର ନେତା ଆଶିଷ କୁମାର କାନୁନଗୋ,ସରପଞ୍ଚ କ୍ଷୀରୋଦ କାଣ୍ଡି,ସମିତି ସଭ୍ୟ,ବିମ୍ବାଧର ବିଶ୍ଵାଳ, ବିରୋଧୀ ମଞ୍ଚ ସଭାପତି ପ୍ରଫୁଲ୍ଲ ବିଶ୍ଵାଳ ପ୍ରମୁଖ ଭାଷଣ ଦେଇ ପ୍ରସ୍ତାବିତ ବନ୍ଦର ପ୍ରକ୍ଳପ କୁ କଡା ବିରୋଧ କରିଥିଲେ । ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,କଂଗ୍ରେସ ନେତା ଅମିୟକୁମାର ପଟ୍ଟନାୟକ, ବିଶ୍ବ ଭୂଷଣ ଦାସ, ଯୁବ ନେତା ଦିବାକର ଛାଟୋଇ,ଚମ୍ପକ ବାରିକ, ରାମ ନାୟକ,ଜିତେନ୍ଦ୍ର ନାୟକ,ପ୍ରମୁଖ ଏହି ବିଶାଳ ସମାବେଶରେ ସାମିଲ ହୋଇଥିବା ବେଳେ,ଜିଲ୍ଲା ର ଡେପୁଟି କଲେକ୍ଟର ପ୍ରଶାନ୍ତ ଜେନା,ଅତିରିକ୍ତ ଏ ପି, ବିଷ୍ଣୁ,ପ୍ରସାଦ ପତି,ତହସିଲ ଦାର, ପ୍ରିୟଙ୍କା ପ୍ରିୟଦର୍ଶୀନି ପତି, ବି ଡି ଓ, ସୁଭସ୍ମିତା ବେହେରା, ରେଞ୍ଜର ମୋନାଲିସା ମହାପାତ୍ର,ନିମାପଡ଼ା ଏସ ଡି ପି ଓ,ପ୍ରଭାତ କୁମାର ମଲ୍ଲିକ,କାକଟପୁର ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ,ଅସ୍ତରଙ୍ଗ ଥାନା ଅଧିକାରୀ, ରାଜେଶ କୁମାର ବଳିଆରସିଂ, ଅସ୍ତରଙ୍ଗ ମେରାଇନ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା,ଙ୍କ ସମେତ କୋବ୍ରା ବାହିନୀ ୮ ପ୍ଳଟନୁ ଫୋର୍ସ ମୁତୟନ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ