Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଆଇଓସିଡି ର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ ଉପଲକ୍ଷେ ରକ୍ତ ଦାନ ଶିବର ଅନୁଷ୍ଠିତ।

କଳାହାଣ୍ଡି:୨୪/୦୧(ସନତ ପ୍ରଧାନୀ)
ଔଷଧ ବ୍ୟବସାୟୀଙ୍କ ସର୍ବଭାରତୀୟ ସଂଗଠନ ଏଆଇଓସିଡି ର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ ଓ ଜାତୀୟ ସଭାପତି ଶ୍ରୀ ଜଗନ୍ନାଥ ସିନ୍ଧେ ଜି ଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଏକ ବିଶାଳ ରକ୍ତ ଦାନ ଶିବିର ର ଆୟୋଜନ ହୋଇ ଯାଇଛି। ଧର୍ମଗଡ଼ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥଲେ।
ସୂଚନା ଯୋଗ୍ୟ ଯେ,ସାରା ଭାରତ ବର୍ଷରେ ଏକ ସମୟରେ ଏହା ଏହି ସଂଗଠନ ଜରିଆରେ ଆୟୋଜନ କରାଯାଇ ୭୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଗିନିସ୍ ଵୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ ରେ ନାମ ପଞ୍ଜିକରଣ ପାଇଁ ବ୍ୟବସ୍ଥା କରାଯାଇଥିବା ସଂଘର ସମ୍ପାଦକ ହୃଷିକେଶ ମିଶ୍ର ପ୍ରକାଶ କରିଛନ୍ତି।କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ ର ସଭପତି ଅଶୋକ କୁମାର ରାଉତ ସମେତ ସଂଘର ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ