Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲି ମହାବିଦ୍ୟାଳୟରେ ନିଯୁକ୍ତି ମେଳା

ବରପାଲି: ବରପାଲି ମହାବିଦ୍ୟାଳୟ ପରିସରରେ ଅର୍ଥନିତୀ ବିଭାଗ ପକ୍ଷରୁ ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ଗୁରୁବାର ପୁର୍ବାହ୍ନରେ କଲେଜ ସଭାଗୃହ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଜୟନ୍ତୀ ଦାଶ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ବାଙ୍ଗୁଲୁର ଫେୟାରଡେପ୍ଟ ସୋଲୁସନ ଘରୋଇ କମ୍ପାନୀ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ମେଳାରେ ଯୁକ୍ତ ତୃତୀୟ ବର୍ଷ ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରି ମାନଙ୍କୁ ନେଇ ସାକ୍ଷାତକାର ପର୍ବ ଅତିଥି ମାନଙ୍କ ସହାୟତାରେ ଶୁଭାରମ୍ଭ କରାଯାଇଥିଲା। ଅତିଥି ଭାବରେ କମ୍ପାନୀ ପକ୍ଷରୁ ଏତଆର ଦିପକ ବୁଦ୍ଧିଆ,ବିଭାଗିୟ ଅଧ୍ୟାପକ ସୁଶିଲ କୁମାର ଶତପଥି ପ୍ରମୁଖ ଯୋଗ ଦେଇଥିଲା ବେଳେ ବିଭାଗିୟ ମୂଖ୍ୟ ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା। ମେଳାରେ ସାମିଲ ହୋଇଥିବା ଶତାଧୀକ ଛାତ୍ରଛାତ୍ରି ମାନଙ୍କ ମଧ୍ୟରୁ ୧୩ଜଣ ସଫଳତା ଅର୍ଜନ କରିଥିବା କମ୍ପାନୀ କର୍ମକର୍ତ୍ତା ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ