Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିନାପାଇ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ।

ମିନାପାଇ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ।
ଲକ୍ଷ୍ମୀପୁର ୨୯/୦୧  ….ଲକ୍ଷ୍ମୀପୁର ବ୍ଳକ ମିନାପାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ସୁଦେଶ୍ନା ପ୍ରଧାନଙ୍କ ପରିଚାଳନା ରେ ଅନୁଷ୍ଠିତ  ବାର୍ଷିକ ଉତ୍ସବ  ରେ  ମୁଖ୍ୟ ଅତିଥି ଭାବେ ବିଧାୟକ ପବିତ୍ର ସାଉଁନ୍ତା ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଝିନ ହିକକା,ପୂର୍ବତନ ବିଧାୟକ କୈଳାଶ କୁଲେସିକା, ସ୍କୁଲ ପରିଚାଳନା ସଭାପତି ବସନ୍ତ ମିଣିଆକା,ଏବିଇଓ ମଦନ ମୁଦୁଲି,ବିଭୂତି ଭୂଷଣ ଟାକ୍ରୀ ଓ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଜଗନ୍ନାଥ ରଥ ପ୍ରମୁଖ ଯୋଗ ଦେଇଥିଲେ।ବାର୍ଷିକ ଉତ୍ସବରେ ମଞ୍ଚାସିନ ଅତିଥି ମାନେ ଭଲ କାମ ଓ ଭଲ ପାଠ ପଢି ନିଜ ବିଦ୍ୟାଳୟ ର ନାମ ରଖିବା କୁ ଛାତ୍ରୀ ମାନଙ୍କୁ କହିଥିଲେ। ବାର୍ଷିକ କ୍ରୀଡାରେ କୃତିତ୍ବ ହାସଲ କରିଥିବା ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ହିନ୍ଦୀ ଶିକ୍ଷକ ଏଭିଏସ ଆଚାରଲୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସାଦ ହୋତା,ଶିକ୍ଷୟତ୍ରୀ ମାନସୀ ପଟନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥଲେ।ଏଥିରେ ବିଦ୍ୟାଳୟର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ