Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ସମିତି ସଭା ଗୃହ ନିର୍ମାଣରେ ଅନିୟମିତତା: ବିନା ସୂଚନା ଫଳକର ବିଡ଼ିଓଙ୍କ ଆଖି ସାମ୍ନାରେ ସରକାରୀ ନିୟମ ଉଲଘଂନ

କଳାହାଣ୍ଡି, ୨୯/୦୧
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଉକ୍ତ ନୂତନ କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ନିର୍ମାଣର ସମୟ ସୀମା କେଉଁ ଯାଏ ରହିଛି ତାହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ଦର୍ଶାଇବାକୁ ବ୍ଲକ୍ ପରିସରରେ ହେଉଥିବା କାମର ସୂଚନା ଦେବାକୁ ବ୍ଲକ୍ ପ୍ରଶାସନ ଭୁଲିଯାଇଛି। ଏ ନେଇ ଜନସାଧାରଣ ଅନ୍ଧକାରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷର ଧୂଆଁ କୁହୁଳୁଛି।
ନୂତନ ସଭାଗୃହ ନିର୍ମାଣ ପାଇଁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗତ ଜୁଲାଇ ୨୦୨୪ରେ ଡିଏମଏଫ୍ ପାଣ୍ଠି ରୁ ୬୩ ଲକ୍ଷ୍ୟ ୭୪ ହଜାର ୩ ଶହ ୮୯ ଟଙ୍କା ବ୍ୟୟ ଅଟକଳରେ ହିତେଶ କୁମାର ଶର୍ମା ନାମକ “ବି” ଶ୍ରେଣୀ ଠିକା ସଂସ୍ଥାଙ୍କୁ ଏହି କାମର ଟେଣ୍ଡର ମିଳିଥିବା ଯାହା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଲ୍କୋ ହେମ୍ବ୍ରମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ନୂତନ କୋଠା ନିର୍ମାଣ ଆରମ୍ଭ ହୋଇ ଇତି ମଧ୍ୟରେ ୬ମାସ ସମୟ ଅତିକ୍ରାନ୍ତ ହୋଇଯାଇଛି ହେଲେ ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଦିନଠୁ ହିଁ ନିର୍ମାଣକାରୀ ସଂସ୍ଥାର ଉଦ୍ଦେଶ୍ୟ ସନ୍ଦେହ ଘେରରେ ରହିଥିବା ବେଳେ ଏ ଯାଏ ତାହା ବଳବତ୍ତର ରହିଛି। ଏ କ୍ଷେତ୍ରରେ ସ୍ଥାନୀୟ ବ୍ଲକ୍ ପ୍ରଶାସନ ବା ପୂର୍ତ୍ତ ବିଭାଗର ଦାୟିତ୍ୱହୀନତାକୁ ମଧ୍ୟ ବିଭିନ୍ନ ମହଲରେ ଦାୟୀ କରାଯାଉଛି। ଏଣୁ ଲୋକଙ୍କ ଅବଗତି ସକାଶେ ସୂଚନା ଫଳକ ମାରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ଲୋକସେବାରେ ବିନିଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି।
ଏହି ବ୍ଲକ୍ ରେ ୨୪ ଗୋଟି ଗ୍ରାମ ପଞ୍ଚାୟତ ଅଛି ଏବଂ ଏହି ସମିତି ସଭା ଗୃହଠାରେ ବିଭିନ୍ନ ବିଭାଗର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧି ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ କର୍ଯ୍ୟସ୍ଥଳାଲେ ସୂଚନା ଫଳକ ଲାଗିବା ସହ ସରକାରୀ ନିୟମ ଅନୁସାରେ ସଠିକ୍ କାମ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସଂପର୍କରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସୂଚନା ଫଳକ ଲାଗିବା ପାଇଁ ଭୂଳିଯାଇଥିବେ ମୁଁ କହିଦେଉଛି ଫଳକ ଲଗାଇଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ଏନେଇ ପୂର୍ବ ଓ ବର୍ତ୍ତମାନ୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ପଟେଲ ଏବଂ ସାଲ୍କୋ ହେମ୍ବ୍ରମଙ୍କୁ ପଚାରିବାରୁ ସେ ମଧ୍ୟ ସମାନ ଉତ୍ତର ରଖିବା ଘଟଣା ଉପରେ ସନ୍ଦେହ ସୃଷ୍ଟି କରିଛି । ତେଣୁ ନିଜେ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ବା ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେଉଥିବା କୋଠା ନିର୍ମାଣରେ ଏପ୍ରକାର ଅନିୟମିତତା ତେବେ ଅନ୍ୟ କାମ ମାନଙ୍କରେ କେମିତି ଅନିୟମିତତା ହେଉନଥିବ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ