Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ଭୋଜିର ପ୍ରୋସେସନ୍ ରେ ଯୁବକଙ୍କୁ ଛୁରା ମାଡ

କୋରାପୁଟ: ଜିଲ୍ଲା ଲକ୍ଷ୍ମୀପୁର ଥାନା ଚମ୍ପି ଗାଁରେ ଏକ ବିବାହ ଭୋଝିର ପ୍ରୋସେସନ୍ ଚାଲିଥିବା ବେଳେ ଜଣେ ଯୁବକକୁ ଛୁରି ରେ ଭୂଷି ମରଣାନ୍ତକ ଆକ୍ରମଣ କରାଯାଇଛି। ଛୁରା ଭୁଷା ର ଶିକାର ହୋଇଥିବା ଯୁବକ ଜଣକ ହେଲେ ଅକ୍ରୁର ସାହୁ,ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଟି ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିସ୍ଚା କରାଯିବା ପରେ କୋରାପୁଟ ଏସଏଲ ଏନ୍ କଲେଜ କୁ ସ୍ଥାନାନ୍ତର କରା ଯାଇଥିଲା।ଗୁରୁତର ହୋଇଥିବା ଯୁବକ ଅକ୍ରୁର ସହ ଭୂବନ ନାମକ ଯୁବକ ସହ ବିବାହ ଭୋଜିରେ ସାମାନ୍ୟ ବଚସା ହୋଇଥିଲା,ବଚସା ପରେ ଅକ୍ରୁର ଠାରୁ ୧୦ ହଜାର ଟଙ୍କା ସହ ଏକ ଦାମିକିଆ ମୋବାଇଲ୍ ଛଡାଇ ନେଇଥିଲେ,ଏହାକୁ ପ୍ରତିବାଦ କରିବାରୁ ଛୁରି ରେ ଭୁଷି ଆକ୍ରମଣ କରି ଚାଲିଯାଇଥିବା ନେଇ ଥାନା ରେ ଲିଖିତ ଅଭିଯୋଗ କରାଯାଇଛି।ଏନେଇ ଲକ୍ଷ୍ମୀପୁର ଥାନାରେ ଅକ୍ରୁର ଙ୍କ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗକୁ ଆଧାର କରି ଲକ୍ଷ୍ମୀପୁର ପୋଲିସ ଭୁବନକୁ ଅଟକ ରଖି ପଚରା ଉଚୁରା କରିବା ସହ ତଦନ୍ତ ଜାରି ରଖାଯାଇଥିବା ବେଳେ ଆସନ୍ତା କାଲି କୋର୍ଟ୍ ଚାଲାଣ କରାଜିବ ବୋଲି ଥାନା ଆଇଆଇସି ଶ୍ଵେତପଦ୍ମା ସେଠ୍ ପ୍ରକାସ କରିଛନ୍ତି।ପ୍ରକୃତରେ କେଉଁ କାରଣ କୁ ନେଇ ଘଟଣା ଘଟିଛି ତଦନ୍ତ କରିବା ସକାଶେ ଏକ ଟିମ୍ ଚମ୍ପି ଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ