Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚମ୍ପି ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ।

ଲକ୍ଷ୍ମୀପୁର ୩୧/୦୧  …ଲକ୍ଷ୍ମୀପୁର ବ୍ଳକ ଚମ୍ପି ଆଶ୍ରମ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ବି. ତ୍ରିପୁତି ରାଓ ଙ୍କ  ପରିଚାଳନା  ଓ ଏଡିଡବ୍ଲୁଓ ଅର୍ଜୁନ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ  ବାର୍ଷିକ ଉତ୍ସବ  ରେ  ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର   ବିଧାୟକ ପବିତ୍ର ସାଉଁନ୍ତା ଓ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ତହସିଲଦାର କୁଶ ଗରଡ଼ା,ଦଶମନ୍ତପୁର ରାଧାକୃଷ୍ଣ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ କନ୍ଦପାନ, ଏବିଇଓ ମଦନ ମୁଦୁଲି ଓ  ମୁଖ୍ୟ ବକ୍ତା ଭାବେ ଭବାନୀପାଟଣା ସରକାରୀ ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ପୁର୍ଣ ଚନ୍ଦ୍ର ଦଳାଇ  ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ପୂଜାର୍ଚନା କରାଯାଇଥିଲା, ପରେ ପ୍ରଧାନ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ।ବାର୍ଷିକ ଉତ୍ସବରେ ମଞ୍ଚାସିନ ଅତିଥି ମାନେ ଭଲ ପ୍ରଦର୍ଶନ କରି ବିଦ୍ୟାଳୟ ର ନାମ ରଖିବା କୁ ଛାତ୍ରୀ ମାନଙ୍କୁ କହିଥିଲେ। ବାର୍ଷିକ କ୍ରୀଡାରେ କୃତିତ୍ବ ହାସଲ କରିଥିବା  ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।  ଗିରିଧର ଖରା ନାମକ ଦଶମ ଶ୍ରେଣୀ ର ଛାତ୍ର ଶ୍ରେଷ୍ଠ ଖେଳାଳି ଭାବେ ଅଧିକ ପୁରସ୍କାର ପାଇଥିଲେ। ଗତ ବର୍ଷ ଦଶମ ଶ୍ରେଣୀ ରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ୫ ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଶିକ୍ଷକ ମହନ୍ତ ଖରା  ମଞ୍ଚ ପରିଚାଳନା କରିଥିବା ବେଳେ  ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥଲେ।ଏଥିରେ ବିଦ୍ୟାଳୟର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସନ୍ଧ୍ୟା ସମୟରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଦେଖିବା କୁ ଗ୍ରାମବାସୀ ଙ୍କ ସହ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ