Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ,ରାଜ୍ୟ ସ୍ତରୀୟ ଶାରଳା କପ୍,ଫାଇନାଲରେ ଢେଙ୍କାନାଳ କୁ ହରାଇ କୁମାରବସ୍ତ ବିଜୟୀ ।

ଅସ୍ତରଙ୍ଗ ୨/୧ ଅସ୍ତରଙ୍ଗ ମା ଶାରଳା ସ୍ପୋଟିଂ କ୍ଲବ ପକ୍ଷରୁ ନରେନ୍ଦ୍ର ଷ୍ଟାଡିୟମରେ ରବିବାର ଦିନ ଖେଳା ଯାଇଥିବା ମେଗା ଫାଇନାଲ କ୍ରିକେଟ ମ୍ୟାଚ ଢେଙ୍କାନାଳ କ୍ରିକେଟ କ୍ଳବ ଏବଂ କୁମାରବସ୍ତ ଖୋର୍ଦ୍ଧା ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ ରେ ପ୍ରଥମେ ଟସ ଜିତି ଢେଙ୍କାନାଳ ଟିମ ବ୍ୟାଟିଙ୍ଗ କରିବାକୁ ଆମନ୍ତ୍ରିତ କରିଥିଲା କୁମାରବସ୍ତ ଟିମ କୁ ବ୍ୟାଟିଙ୍ଗ କରିବାକୁ ନିମନ୍ତ୍ରଣ ପାଇ ନିର୍ଦ୍ଧାରିତ ୨୦ ଓଭରରେ ୯ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା ଦଳ ପକ୍ଷରୁ ଅଭିଷେକ ପଟନାୟକ ୩୦ବଲ ରେ ୫୦ରନ କରିଥିଲେ ।ଏହାର ଜବାବରେ ଦ୍ଵିତୀୟ ରେ ବ୍ୟାଟିଂ କରି ଢେଙ୍କାନାଳ କ୍ରିକେଟ କ୍ଳବ ବିକାଶ ରାଉତ ଙ୍କ ୪୮ରନ ବଳରେ ୧୭୧ କରି ୧୦ରନ ରେ ପରାଜୟ ବରଣ କରିଥିଲା । ବିଜୟୀ ଦଳ ପକ୍ଷରୁ ଅଭିଷେକ ପଟନାୟକ ୫୦ ରନ କରି ମ୍ୟାନଅଫଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଆଜିର ଅତିଥି ଭାବରେ ଡ଼ଃ ଦେବେନ୍ଦ୍ର ତରାଇ, ବାଇଧର ମଲ୍ଲିକ, ପ୍ରତାପ ପରିଡା, ଶୁଭ୍ରଜିତ ମହାପାତ୍ର, ବ୍ଲକ ଅଧକ୍ଷା ଅରାତି ନାୟକ, ଦିବାକର ଛାଟୋଇ, ଦୁଃର୍ଜୟ ମିଶ୍ର, ଅଭିନେତ୍ରୀ ସସ୍ମିତା ପଣ୍ଡା, ଅନନ୍ୟା ଅନୁପମା ଉଦଯାପନୀ ଉତ୍ସବ ରେ ଯୋଗ ଦେଇଥିବା ବେଳେ ଡ୍ୟାନସିଂ ଅମ୍ପେୟାର ଡୋକାମ, ସନ୍ତୋଷ ଖେଳ ପରିଚାଳନା କରିଥିଲେ। ପ୍ରକାଶ ଚନ୍ଦ୍ର ବେହେରା, ରାକେଶ ମହାନ୍ତି, ମଣ୍ଟୁ ଭୋଳ ଭାଷ୍ୟକାର କାର୍ଯ୍ୟ ତୁଲାଇଥିବା ବେଳେ ମିଥୁନ ବେହେରା, ପୃଥ୍ୱୀରାଜ ବେହେରା, ଦିବ୍ୟଦର୍ଶି ଛାଟୋଇ , ପ୍ରକାଶ କୁମାର ନାୟକ ସ୍କୋରର ଦାୟିତ୍ୱ ତୁଲାଇଥିବା ନେଇ ମିଡ଼ିଆ ସେଲ ସମ୍ପାଦକ ପ୍ରକାଶ କୁମାର ନାୟକ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ