ରେଳ ଓ୍ବାଗନକୁ ଉଡ଼ାଇ ଦେବାକୁ ହୋଇଥିଲା କି ଯୋଜନା ? ୧୨ ବୋମା ଜବତ


ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟସନ ଯାଞ୍ଚ ବେଳେ ଓ୍ବାଗନରୁ ୧୨ଟି ବୋମା ଜବତ । ବୋମା ଜବତ ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

ଆଜି କଣ୍ଟାବାଞ୍ଜି ଷ୍ଟେସନରେ ଓ୍ବାଗନ ଯାଞ୍ଚ ଚାଲିଥିଲା । ଏହି ସମୟରେ ଓ୍ବାଗନରେ ୧୨ଟି ଜୀବନ୍ତ ବୋମା ଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ । ୱାଗନ ଭିତରକୁ କେମିତି ଆସିଲା ବୋମା ତାର ତଦନ୍ତ କରୁଛି ରେଳ ବିଭାଗ । ସୂଚନା ଅନୁସାରେ ଜବତ ବୋମା ୧୫୫ ଏମ୍‌ଏ୍‌ମର ଥିଲା । ଏହି ବୋମା ବୋଫର୍ସ ତଥା ତୋପ, ଯାହା ଭାରତୀୟ ସେନାରେ ବ୍ୟବହାର ହୋଇଥାଏ । ବୋମା ଗୁଡିକ ସଇଁତଳା ବଡମାଳ ଗୋଲାବାରୁଦ କାରଖାନାର ବୋଲି ଜଣାପଡ଼ିଛି । ଏହା ପରେ ବଡମାଳ ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ବୋମାକୁ ଫେରାଇ ଦିଆଯାଇଛି ।

ତେବେ ଗୋଳାବାରୁଦ କାରଖାନାରୁ ବୋମା କେମିତି ଓ୍ବାଗନକୁ ଆସିଲା ? ତାକୁ କୌଣସି ଅଧିକାରୀ ଭୁଲରେ ଛାଡି ଦେଇ ଯାଇଥିଲେ କି ? ଯଦି କୌଣସି ଅଧିକାରୀ ଛାଡି ନାହାନ୍ତି ତାହ’ ହେଲେ ବିସ୍ଫୋରଣ କରାଯିବାକୁ ଯୋଜନା କିଏ କରିଥିଲା କି ? ଯଦି ଏମିତି ଯୋଜନା ହୋଇଥିଲା ଏହା ପଛରେ କାରଖାନା କର୍ମଚାରୀ ନା ଆଉ କାହାର ହାତ ଅଛି ? ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି ।