ନୂଆଦିଲ୍ଲୀ: ଫେବ୍ରୁଆରୀ ୧୩ରେ ହୋଇପାରେ ମୋଦି-ଟ୍ରମ୍ପ୍ ଭେଟ୍ । ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତଥ୍ୟ ଅନୁସାରେ, ମୋଦି ପ୍ରଥମେ ଫ୍ରାନ୍ସ ଗସ୍ତ କରି AI ଆକ୍ସନ ସମ୍ମିଟରେ ଯୋଗ ଦେବେ । ପରେ ସେଠାରୁ ଆମେରିକା ଯାଇପାରନ୍ତି ।
ଫେବ୍ରୁଆରୀ ୧୨ ସନ୍ଧ୍ୟାରେ ୱାଶିଂଟନ୍ ଡିସିରେ ପହଞ୍ଚିବା ପରେ ୧୩ରେ ଟ୍ରମ୍ପଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଆମେରିକାରେ ଟ୍ରମ୍ପ୍ ନୈଶ୍ୟଭୋଜିର ମଧ୍ୟ ଆୟୋଜନ କରିପାରନ୍ତି ବୋଲି କୁହାଯାଉଛି ।
ଫେବୃଆରୀ ୧୨ରେ ଆମେରିକାରେ ପହଞ୍ଚିବା ପରେ ମୋଦି ଫେବୃଆରୀ ୧୪ ଯାଏଁ ରହିପାରନ୍ତି ବୋଲି କୁହାଯାଉଛି । ସେଠାରେ ସେ ଆମେରିକୀୟ କର୍ପୋରେଟ୍ ଲିଡର ଓ ପ୍ରବାସୀ ଭାରତୀୟଙ୍କୁ ଭେଟିପାରନ୍ତି । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ଶପଥ ନେବା ପରେ ଗତ ସୋମବାର ଫୋନରେ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।