ବୀରମହାରାଜପୁର : (ସୌମିତ୍ରି ମେହେର)
ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବୀରମହାରାଜପୁର ର ପୁଲିସ ବାବୁ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ କାର୍ଯ୍ୟରତ ଏଏସଆଇ ବୁଡୁ ଭୋଇ ଆଜି ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ସୂଚନା ଅନୁଯାୟୀ ଗତ ଏକ ମାସ ତଳେ ଏକ ଦୁର୍ଘଟଣାରେ କେନ୍ଦୁପାଲି ଗାଁର ଗୋପୀନାଥ ମେହେରଙ୍କ ମୋଟର ସାଇକଲେକୁ ପୋଲିସ ଜବତ କରିଥିଲା l ଉକ୍ତ ମୋଟର ସାଇକେଲକୁ ରିଲିଜ କରିବାକୁ ଗୋପୀନାଥ ବାରମ୍ବାର ଥାନାକୁ ଦୌଡିବା ସହ ଏଏସଆଇ ବୁଡୁ ଭୋଇଙ୍କୁ ଅନୁରୋଧ କରି ଆସୁଥିଲେ l କିନ୍ତୁ ବୁଡୁ ଭୋଇ ତାଙ୍କୁ ହଇରାଣ କରିବା ସହ ଲାଞ୍ଚ ଦାବୀ କରୁଥିଲେ l ଏଣୁ ଗୋପୀନାଥ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ l ସମ୍ବଲପୁର ଭିଜିଲାନ୍ସ କେଶ୍ ନଂ ୧/ତା ୩/୨/୨୦୨୫, ମତେ ଏକ କେଶ୍ ପଞ୍ଜିକୃତ ହୋଇ ବୁଡୁ ଭୋଇ ଏ ଏସ୍ ଆଇ ଙ୍କୁ ଧରିବା ପାଇଁ , ଭିଜିଲାନ୍ସ ବିଭାଗ ଜାଲ ବିଛେଇ ଥିଲା । ଯୋଜନା ମୁତାବକ ମଙ୍ଗଳବାର ଗୋପୀନାଥଙ୍କ ଠାରୁ ଏଏସଆଇ ବୁଡୁ ଭୋଇ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ମାଡି ବସିଥିଲା l ପୋଲିସ ବୁଡୁ ଭୋଇଙ୍କୁ ଗିରଫ କରି ଭିଜିଲାନ୍ସ କାର୍ଯ୍ୟାଳୟ ସୋନପୁର କୁ ନେଇ ଅଧିକ ତଦନ୍ତ ଜାରି ରଖିଛି l ବୁଡୁ ଭୋଇଙ୍କ ଚାକିରୀ ଆଉ ମାତ୍ର ଏକମାସ ରହିଥିବାବେଳେ ସେ ଆସନ୍ତା ମାର୍ଚ୍ଚ ମାସରେ ଚାକିରୀରୁ ଅବସର ନେଇଥାନ୍ତେ l