Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିଲେ ପଟ୍ଟାଙ୍ଗି ବିଡ଼ିଓ ଦାଇତ୍ଵ ଗ୍ରହଣ କଲେ ଚନ୍ଦାହାଣ୍ଡି ବିଡ଼ିଓ

ପଟ୍ଟାଙ୍ଗି୦୮/୦୨କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରୁ ବଦଳି ହୋଇ ଆସିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ ଦାଇତ୍ଵ ଗ୍ରହଣ କରିଛନ୍ତି ଏହି ସମୟରେ ବ୍ଲକର ସେକ୍ସନ୍ ଅଫିସର ଦୁର୍ଯ୍ୟଧନ ସେଠୀ ନୂତନ ବିଡ଼ିଓ ନାୟକ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ଜଣାଇଥିଲେ । ଏହି ସମୟରେ ନୂତନ ବିଡ଼ିଓ ନାୟକ ଏକ ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ଦାଇତ୍ଵ ଗ୍ରହଣ କରିଥିବା କୋରାପୁଟ ଜିଲ୍ଲାର ପଡୋଶୀ ରାଜ୍ୟ କୁ ଲାଗି ରହିଥିବା ପଟ୍ଟାଙ୍ଗି ବ୍ଲକ ପାଇଁ ଅନେକ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିବା ର ଲକ୍ଷ୍ୟ ରହିଥିବା ସହ ବ୍ଲକର ଜନସାଧାରଣ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକରେ ଯେପରି ଜଡିତ ହୋଇ ପାରିବେ ଏହା ଏବ ମୋର ପ୍ରଥମ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ସୂଚନା ମୁତାବକ ଉକ୍ତ ବ୍ଲକରେ ଦୀର୍ଘ ୧୭ ମାସ ଧରି ନିଜର ଦାଇତ୍ଵ ତୁଲାଇ ଆସିଥିବା ଜଣେ ନୌସେନା ରୁ ଅବସର ଗ୍ରହଣ କରି ପ୍ରଶାସନିକ ଅଧିକାରୀ ଭାବେ ଦାଇତ୍ଵ ଗ୍ରହଣ କରି ବିଡ଼ିଓ ହୋଇ ସୁକାନ୍ତ କୁମାର ପଟ୍ଟନାୟକ ଦାଇତ୍ଵ ଗ୍ରହଣ କରିବା ପରଠାରୁ ପଟ୍ଟାଙ୍ଗି ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ଯେପରି ତ୍ୱରାନ୍ୱିତ ହୋଇ ପାରିବ ଏବଂ ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ କିପରି ପହଞ୍ଚି କାର୍ଯ୍ୟକାରୀ ହୋଇ ପାରିବ ଏହା ତାଙ୍କର ମୂଳ ଲକ୍ଷ୍ୟ ହୋଇଥିଲା । ଏହା ସହ ବିଡ଼ିଓ ପଟ୍ଟନାୟକ ନିଜସ୍ୱ କାର୍ଯ୍ୟକ୍ରମ ଆସ ଖୋଜିବା କାର୍ଯ୍ୟକ୍ରମ କୁ ବ୍ଲକରେ କାର୍ଯ୍ୟକାରୀ କରି ଜନସାଧାରଣ ଙ୍କ ପାଇଁ ଉଧାହରଣ ସୃଷ୍ଟି କରିବା ସହ ଜଣେ ମେଳାପୀ ପ୍ରଶାସନିକ ଅଧିକାରୀ ରୂପେ ପରିଚୟ ସୃଷ୍ଟି କରିଥିଲେ । ଯାହାକି ବର୍ତ୍ତମାନ ବିଡ଼ିଓ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୁ ବଦଳି ହୋଇଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ