Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଣ୍ଡ ରେ ଅଛି କାକିରିଗୁମା ରେଳ ଷ୍ଟେସନ,ରାଜଧାନୀ ଯିବାକୁ ହେଲେ ୨୦ କିମି ଯାଇକି ଲକ୍ଷ୍ମୀପୁର ଷ୍ଟେସନ ରେ ଟ୍ରେନ ଚଢିବାକୁ ପଡେ….

ଲକ୍ଷ୍ମୀପୁର ୦୮/୦୨ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ କାକିରିଗୁମା ଗ୍ରାମ ପଞ୍ଚାୟତ ସଦର ମହକୁମାର ଗାଁ ମୁଣ୍ଡ ରେ ରହିଛି ରେଳ ଷ୍ଟେସନ। ଏହି ଷ୍ଟେସନ ରେ ୨୦୧୯ ପୂର୍ବରୁ କୋରାପୁଟ ରାୟଗଡା ରେଳ ପଥ ଦେଇ ଯାଉଥିବା ସମସ୍ତ ଟ୍ରେନ ଏଠାରେ ଯାତ୍ରୀ ମାନେ ଚଢିବା ଓ ଓଲ୍ହାଇବା ସକାଶେ ଟ୍ରେନ ରହୁଥିଲା। କାକିରିଗୁମା ଓ ଆଖପାଖ ଗ୍ରାମବାସୀ ଙ୍କ ସକାଶେ ଦୁର୍ଭାଗ୍ୟ ର ବିଷୟ ଏହାକି କରୋନା ୨୦୧୯ ପରଠାରୁ ଏହି ଷ୍ଟେସନ ରେ ଏକ୍ସ ପ୍ରେସ ଟ୍ରେନ ରା ରହଣି ବାତିଲ କରି ଦିଆଯାଇଛି।କରୋନା ମହାମାରୀ ଅଞ୍ଚଳ ରେ ଅନେକ ଲୋକଙ୍କ ଜୀବନ ତ ଛଡାଇ ନେଇଁ ଚାଲି ଯାଇଛି କିନ୍ତୁ   କରୋନା ଯିବା ପରେ ଏମିତି କିଛି ଦୁଃଖ ଛାଡି ଯାଇଛି ଯାହାକି କେବେ ବି ଏହି ଅଂଚଳ ଲୋକେ ଭୁଲି ପାରୁନାହାନ୍ତି। କରୋନା ସମୟ ପରେ ଲକ୍ଷ୍ମୀପୁର  ଷ୍ଟେସନ ରେ ମଧ୍ୟ ଟ୍ରେନ  ରହଣି କୁ ବନ୍ଦ କରି ଦିଆଯାଇଥିଲା, କିନ୍ତୁ ୱାଲଟିଅର ଡିଭିଜନ ଡିଆରଏମ ଙ୍କ ସହ  ନିର୍ବାଚିତ ପ୍ରତିନିଧି,ସାଧାରଣ ଲୋକେ ଓ ଗଣମାଧ୍ୟମ ପ୍ରତିନିଧି ଆଲୋଚନା କରିବା ସହ ପରବର୍ତୀ ମୁହୂର୍ତ୍ତ ରେ ରେଳରୋକ କରାଯିବା ପରେ ଲକ୍ଷ୍ମୀପୁର ରେ ସମସ୍ତ ଟ୍ରେନ ରହଣି ର ବ୍ୟବସ୍ଥା କରାଯାଇଥିଲା, ସେହି ସମୟରେ କାକିରିଗୁମା ରେ ମଧ୍ୟ ଟ୍ରେନ ରହଣି ସକାଶେ ପ୍ରତିଶୃତି ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତିଶୃତି ପାଣିର ଗାର ସଦୃଶ୍ୟ ହୋଇ ରହି ଗଲା। କାକିରିଗୁମା ରେ ବିଶେଷ କରି ହୀରାଖଣ୍ଡ ଟ୍ରେନ ର ରହଣି ନଥିବା କାରଣରୁ ଭୁବନେଶ୍ୱର ଯିବା ଲୋକେ ୨୦ କିଲୋମିଟର ଦୂରରେ ରହିଥିବା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ରେ ଆସିକି ଟ୍ରେନ ଚଢି ଥାନ୍ତି, ସେହିପରି ଅନେକ କାର୍ଯ୍ୟ ରେ କୋରାପୁଟ ଯିବାକୁ ଥିଲେ ସୁଧା ଟ୍ରେନ ରହଣି ନଥିବା କାରଣରୁ ବସ ରେ ହିଁ ଯାତ୍ରୀ ଯିବା ଆସିବା କରୁଛନ୍ତି। ଗାଁ ମୁଣ୍ଡ ରେ ରହିଛି ରେଳ ଷ୍ଟେସନ, କେବଳ କଣ ନାଲକୋ ର ମାଇନ୍ସ ନେବା ସକାଶେ କାକିରିଗୁମା ଅଞ୍ଚଳ ବାସିନ୍ଦା ରେଳବିଭାଗ କୁ ଜମି ପ୍ରଦାନ କରିଥିଲେ କି ବୋଲି ଅନେକ ବୁଦ୍ଧିଜୀବୀ  ନିର୍ବାଚିତ ଲୋକ ପ୍ରତିନିଧି ପ୍ରକାଶ କରୁଥିବା ବେଳେ ତୁରନ୍ତ ରେଳ ବିଭାଗ କାକିରୁଗୁମା ରେ ରେଳ ରହଣି ର ବ୍ୟବସ୍ଥା କରାନଗଲେ ଆନ୍ଦୋଳନ ହେବ ବୋଲି  ସର୍ବଦଳୀୟ ନେତା ଚେତାବନୀ ଦେଇଛନ୍ତି।କାକିରିଗୁମା ଷ୍ଟେସନ ଉପରେ ଦଶମନ୍ତପୁର ଲୋକେ ମଧ୍ୟ ନିର୍ଭର କରୁଥିବା ବେଳେ ତୁରନ୍ତ ଏଥି ପ୍ରତି ଜିଲ୍ଲା ପ୍ରଶାସନ ମଧ୍ୟ ହସ୍ତକ୍ଷେପ କରିବା ଜରୁରୀ ହୋଇ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ