Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାକିରିଗୁମା କୁ ବ୍ଳକ ମାନ୍ୟତା ଦାବୀ… ମଙ୍ଗଳବାର ସର୍ବଦଳୀୟ ବୈଠକ ନିଷ୍ପତି..

ଲକ୍ଷ୍ମୀପୁର ୦୮/୦୨ .. କୋରାପୁଟ ଜିଲ୍ଲା  ଲକ୍ଷ୍ମୀପୁର ବ୍ଳକ ର କାକିରିଗୁମା ଗ୍ରାମପଞ୍ଚାୟତ କୁ ବ୍ଳକ ର ମାନ୍ୟତା ପାଈଁ ଏବେ ଜୋର ଧରିଛି। ଏନେଇଁ ଆଗରୁ ମଧ୍ୟ ଦାବୀ ଉପସ୍ଥାପନା କରାଯାଇ ଥିବା ବେଳେ ଆସନ୍ତା ମଙ୍ଗଳବାର ଦିନ ସ୍ଥାନୀୟ ପଞ୍ଚାୟତ ର କଲ୍ୟାଣ ମଣ୍ଡପ ଠାରେ ଏକ ସର୍ବଦଳୀୟ ବୈଠକ କରାଯିବା ସକାଶେ ନିଷ୍ପତି ନିଆଯାଇଛି। ଲକ୍ଷ୍ମୀପୁର ବ୍ଳକ ରେ ୧୩ ତି ଗ୍ରାମପଞ୍ଚାୟତ ରହିଥିବା ବେଳେ କାକିରିଗୁମା ଅଞ୍ଚଳ ର ୭ ତି ଗ୍ରପଂଚାୟତ ଯଥା ତୁନପାର, ପଞ୍ଚଡା, ଭିତରଗଡ଼, ଗଉଡ଼ଗୁଡା କାକିରିଗୁମା କୁସୁମଗୁଡା ଓ ତୋୟାପୁଟ କୁ ନେଇଁ ବ୍ଳକ କରିବା ସକାଶେ ଦାବୀ ଜୋର ଧରିଛି। ମଙ୍ଗଳବାର ହେବାକୁ ଥିବା ବୈଠକ ରେ  ଉପରକ୍ତ ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସମିତିସଭ୍ୟ ଙ୍କ ସମେତ ନିର୍ବାଚିତ ଲୋକ ପ୍ରତିନିଧି ବୁଦ୍ଧିଜୀବୀ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବା ସକାଶେ କୁହାଯାଇଛି। କାକିରିଗୁମା  ଗ୍ରାମ ପଞ୍ଚାୟତ ସରକାର ଙ୍କ ମାପଦଣ୍ଡ ଅନୁଯାୟୀ ବ୍ଳକ ହେବା ସକାଶେ ଯୋଗ୍ୟ ନାଁ ନାହିଁ ତାହା ବିଚାରଯୋଗ୍ୟ ବୋଲି ମଧ୍ୟ ଆଲୋଚନା ହଉଛି।ସେ ଯା ହେଲେ ମଧ୍ୟ ସମସ୍ତ ଦଳ ର ନିର୍ବାଚିତ ଲୋକ ପ୍ରତିନିଧି ଏକତ୍ରିତ ହୋଇ ସରକାର ଙ୍କ ପାଖରେ ଦାବୀ ଉପସ୍ଥାପନା କରାଯିବ ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ