Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ !ଧୂମଧାମରେ_ପାଳନ_ହେଲା_ପୁଷପୁନୀ।

କଳାହାଣ୍ଡି:୦୯/୦୨(ସନତ ପ୍ରଧାନୀ)
ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ !୮ତମ ପୁଷପୁନୀ ତିହାର ପାଳନ ବମ୍ବେ ସ୍ଥିତ ଓଡିଶା ଭବନ ରେ କରାଯାଇଛି । ପଶ୍ଚିମ ଓଡିଶା ପରିବାର ସଦସ୍ୟ ମାନେ ଧୂମଧାମରେ ପୁଷପୁନୀ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ଆୟକର ଅତିରିକ୍ତ କମିଶନର ଏବଂ ଆମ ପଶ୍ଚିମ ଓଡିଶାର ର ସୁଯୋଗ୍ୟ କନ୍ୟା ମାଡ଼ମ ସାରିକ ଜେନ ଓ ଶ୍ରୀ ଅରବିନ୍ଦ ପତି (ପୂର୍ବତନ ପ୍ରବନ୍ଧକ ରିଲାଏନ୍ସ ) ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପଶ୍ଚିମ ଓଡିଶା ପରିବାର ତରଫରୁ ମାଡ଼ମ ସାରିକ ଜେନ ଙ୍କୁ ଅନୁଷ୍ଠାନ ର ଅଗ୍ରଣୀ ଏବଂ ସଂସ୍ଥା ର ସଂସ୍କୃତିକ ମୁଖ୍ୟ ଶ୍ରୀମତୀ ପୂଜା କବିତା ସାହାଣୀ ସମ୍ବର୍ଦ୍ଧିତ କରାଯାଇଥିଲା। ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀ ଦୀପକ ପୂଜାରୀ ଶ୍ରମତି ଚମ୍ପକ ତ୍ରିପାଠୀ ରବିନାରାୟଣ ଷଡ଼ଙ୍ଗୀ ଗିରିଜା ନାୟକ ଶ୍ରୀ ପ୍ରଣବ ଭୋକ୍ତାକାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଉକ୍ତ କଯ୍ୟକ୍ରମ ରେ ଅନେକ ପ୍ରକାର ର ସମ୍ବଲପୁରୀ ସାଂସ୍କୃତିକ ଏବଂ ଇନ ହାଉସ କାର୍ଯ୍ୟକ୍ରମ କରାଯାଇଥିଲା।ଶେଷରେ ଶ୍ରୀ ସିଭେନ୍ଦୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ