Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ଘର ଭିତରେ ପଶିଗଲା BMW କାର୍

ଭୁବନେଶ୍ବର: ରାଜଧାନୀରେ ଦୁର୍ଘଟଣା । ବାଡ଼ ଭାଙ୍ଗି ଜଣଙ୍କ ଘର ଭିତରେ ପଶିଗଲା BMW କାର୍ । ମୃତାହତରୁ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ । ଭୁବନେଶ୍ୱର ୪ ନମ୍ବର ହସ୍ପିଟାଲ ଛକରେ ଘଟିଛି ଦୁର୍ଘଟଣା ।

ଆଜି ଭୋରୁ ଏକ BMW କାର୍ ରେଡକ୍ରସ୍ ଭବନ ଆଡୁ ଦ୍ରୁତଗତିରେ ଆସି ଫୁଟପାଥ୍ ଡିଭାଇଡରକୁ ଧକ୍କା ଦେଇଥିଲା । ଏହାପରେ କାରଟି ଭାରସାମ୍ୟ ହରାଇ ହସ୍ପିଟାଲ ଛକରେ ଥିବା ଘର ଉପରକୁ ମାଡ଼ି ଯାଇଥିଲା । ଗାଡ଼ି ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଛି । ଦୁର୍ଘଟଣାପରେ ଗାଡ଼ି ଛାଡ଼ି ୨ ଜଣ ଯୁବକ ଫେରାର ହୋଇଯାଇଥିଲେ । ସେମାନେ ନିଶାସକ୍ତ ଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories