Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ପଞ୍ଚାୟତ ର ଗ୍ରାମ ସଭା ଅନୁଷ୍ଠିତ…

ଲକ୍ଷ୍ମୀପୁର ୧୨/୦୨
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ପଞ୍ଚାୟତ ର ଗ୍ରାମ ସଭା ଅନୁଷ୍ଠିତ ହଁକିଯାଇଛି। ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମ ସଭାରେ ବିକଶିତ ଗାଁ ଓ ବିକଶିତ ଓଡିଶାକୁ ନେଇ ଏକ ପାଞ୍ଚ ବର୍ଷିଆ ଯୋଜନା ର ଖସଡ଼ା ପ୍ରସ୍ତୁତ କରିବା ସକାଶେ ଆଲୋଚନା ହୋଇଥିଲା ।ଲକ୍ଷ୍ମୀପୁର ପଞ୍ଚାୟତ ସଦର ସମେତ ପ୍ରତ୍ୟେକ ଗାଁରେ ଲାଗି ରହିଥିବା ବିଭିନ୍ନ ସମସ୍ୟା କୁ କିପରି ସମାଧାନ କରିହେବ ତାହା ଉପରେ ବିଶେଷ କରି ଆଲୋଚନା ହୋଇଥିଲା। ପଞ୍ଚାୟତ ରେ ଥିବା ଅଧିକାଂଶ ଗ୍ରାମର ଲୋକେ ଯୋଗ ଦେଇ ନିଜ ନିଜ ଗ୍ରାମର ଥିବା ପ୍ରତ୍ୟେକ ସମସ୍ୟା ବିଷୟରେ ଜଣାଇଥିଲେ।ଏହି ବିକଶିତ ଗାଁ ବିକଶିତ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଏକ ମାଧ୍ୟମ।ଯେଉଁ ସବୁ ଗାଁ ଗୁଡିକ ପାନୀୟ ଜଳ,ଶିକ୍ଷା,ବିଜୁଳି,ରାସ୍ତା, ଅଙ୍ଗନବାଡି,ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛି ସେସବୁ ଗାଁ ଗୁଡିକୁ ବିକଶିତ ଗାଁ ବିକଶିତ ଓଡିଶା ରେ ସାମିଲ କରି ଲାଗି ରହିଥିବା ପ୍ରତ୍ୟେକ ସମସ୍ୟାର ସମାଧାନ କରାଯିବ, ତେଣୁ ଏଥିରେ ଆପଣଙ୍କ ମାନଙ୍କ ସହଯୋଗ ଅଧିକ ରହିବ ବୋଲି ସରପଞ୍ଚ ଶ୍ରୀଯୁକ୍ତ ତାଡିଙ୍ଗି କହିଥିଲେ। ଗ୍ରାମ ସଭା ଉପଲକ୍ଷେ ସମିତି ସଭ୍ୟା ନୟନା ମାଣ୍ଡିଙ୍ଗା,ପ୍ରଭାସିନୀ ମାଣ୍ଡିଙ୍ଗା,ବରିଷ୍ଠ ନାଗରୀକ ବଳଭଦ୍ର ଖରା ଓ ମାଥିୟୁ ଗରଡ଼ା ଉପସ୍ଥିତ ଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ସାହୁ ଗ୍ରାମ ସଭା ପରିଚାଳନା କରିଥିଲେ।ଏଡିଓ ଗଣେଶ ରତ୍ନାଲୁ ସମସ୍ତ କ୍ଷେତ୍ର ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ