ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା, ଧରାପଡ଼ିଲା ଅଭିଯୁକ୍ତ ସ୍ପାଇଡ଼ର


ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଧରାପଡ଼ିଲା ଅଭିଯୁକ୍ତ । ନିରଞ୍ଜନଙ୍କ ଘରୁ ଅଭିଯୁକ୍ତ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିଲା । ଲୁଟେରାକୁ କମିଶନରେଟ ପୋଲିସ ଟିମ ଧରିଥିବା ସୂଚନା ମିଳିଛି । ଏହାସହ ଚୋରି ଜିନିଷ ମଧ୍ୟ ଜବତ ହୋଇଛି ।

ବିଶାଖାପଟାଣାରୁ ଲୁଟେରାକୁ କାବୁ କରିଛି ପୋଲିସ । ଲୁଟାରର ନାଁ ସ୍ପାଇଡର ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ପାଇଡର ବିଶାଖାପାଟଣାରେ ରୁହେ । ସ୍ପାଇଡର ପାଖରୁ ସୁନା ଗହଣା, ହୀରା ଓ ଟଙ୍କା ଜବତ କରିଛି ପୋଲିସ । ଅନ୍ୟପକ୍ଷେ ୨୦୨୩ ମସିହାରେ ନୟାପଲ୍ଲୀ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରେ ପ୍ରାୟେ ୨ କୋଟି ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ମଧ୍ୟ ସ୍ପାଇଡର ସାମିଲ ଥିଲା ବୋଲି ସୂଚନା ମିଳିଛି । ଗିରଫ ଲୁଟେରା ନିରଞ୍ଜନଙ୍କ ଘର ପୂର୍ବରୁ ଆଉ ଜଣେ କୋଟିପତିଙ୍କ ଘରେ ମଧ୍ୟ କଳାକନା ବୁଲାଇଥିବା ପୋଲିସ ଜାଣିବାକୁ ପାଇଛି ।

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆଇଆରସି ଭିଲେଜରେ ଥିବା ଘର ଓ ନୟାପଲ୍ଲୀସ୍ଥିତ ଘରୁ ଦୁଇ ଥର ଚୋରି ଉଦ୍ୟମ ହୋଇଥିଲା । ଘରେ ଚୋର ପଶିଥିବା ସିସି ଟିଭିରେ ହୋଇଛି କଏଦ୍ ହୋଇଥିଲା । ନଗଦ ଟଙ୍କା ସହ ସମସ୍ତ ସୁନା ଅଳଙ୍କାର ଲୁଟ୍ କରି ଝରକା ବାଟ ଦେଇ ଲୁଟେରା ଫେରାର ହୋଇଯାଇଥିଲା ।