Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫ୍ଲାଏ ଆସ୍ ପରିବହନ ଯୋଗୁଁ ଖରାପ ହେଉଛି ରାସ୍ତା; ଆବଶ୍ୟକ ଠାରୁ ଅଧିକ କରାଯାଉଛି ପରିବହନ

ଲକ୍ଷ୍ମୀପୁର: ରାୟଗଡା ଜିଲ୍ଲା ଟିକିରି ଉତ୍କଳ ଆଲୁମିନା କାରଖାନାରୁ ଗତକିଛି ଦିନ ହେଲା ଦିନ ରାତି ବଡ ବଡ ହାଇୱା ଟ୍ରକ ରେ ଲକ୍ଷ୍ମୀପୁର ରେଳବାଇ ରାସ୍ତା ଦେଇ ଫ୍ଲାଏ ଆସ୍ ପରିବହନ କରାଯାଉଛି।
ଟିକିରି ଠାରୁ ଲକ୍ଷ୍ମୀପୁର ରାସ୍ତାରେ ଏବେ ଭାରି ଯାନ ଚଳ ପ୍ରଚଳ କୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି।ଦୈନିକ ଟିକିରି ସ୍ଥିତ ଆଲୁମିନା କମ୍ପାନିରୁ ବାହାରୁଥିବା ଫ୍ଲାଏ ଆସ୍ (ପାଉଁସ ) ବଡ ବଡ ହାଇଓ୍ଵା ଗାଡିରେ ୨୫ ରୁ ୩୦ ଟନ୍ ପର୍ଯ୍ୟନ୍ତ ଲୋଡ ହୋଇ ଏହି ରାସ୍ତାରେ ପରିବହନ ହେଉଚି।ଏସବୁ ପାଉଁସ ଭାରତମାଳା ରାସ୍ତା କାମରେ ବ୍ୟବହାର ହେଉଥିବା ଜଣାପଡିଛି।ପ୍ରତ୍ୟେକ ଦିନ ୫୦ରୁ ଉର୍ଦ୍ଧ ଲୋଡ ହାଇୱା ଟ୍ରକ୍ ରେ ଏହି ରାସ୍ତା ଦେଇ ଜାଉଥିବାରୁ ରାସ୍ତା ଅବସ୍ଥା ଶୋଚନିୟ ହୋଇ ପଡିଲାଣି।ରାସ୍ତାର ଅଧିକାଂସ ସ୍ଥାନରୁ ପିଚୁ ଉଠି ଗୋଡି ବାହାରି ଗର୍ତ ସୃଷ୍ଟି ହୋଇ ଗଲାଣି।କୋରାପୁଟ ଓ ରାୟଗଡା ଜିଲ୍ଲାର ୫୦ରୁ ଉର୍ଦ୍ଧ ଗାଁ ରାସ୍ତା କଡରେ ଥିବା ବେଳେ ଏତେ ସଂଖ୍ୟକ ହାଇଓ୍ଵା ଚଳ ପ୍ରଚଳ ଦେଖି ଗ୍ରାମବାସି ମାନେ ଯିବା ଆସିବାରେ ଭୟଭିତ ହେଉଛନ୍ତି।ଏଥିସହ ଓଭରଲୋଡ୍ ପାଉଁସ ଜାଉଥିବାରୁ ବାଟରେ ଘାଟରେ ଉଡି ରାସ୍ତାଘାଟରେ ପଡୁଛି।ସେସବୁ ବର୍ଷା ପାଣିରେ ଧୋଇ ହୋଇ ଚାଷ ଜମିରେ ଯାଉଥିବାରୁ ଚାଷ ଜମି ନଷ୍ଟ ହେଉଥିବା କିଛି ଚାଷି ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ଭାରତ ମାଳା ପ୍ରୋଜେକ୍ଟ ଦାମନଜୋଡି ନିକଟସ୍ତ ଦେଇ କାର୍ଯ୍ୟ ହେଉଥିବା ବେଳେ ନାଲକୋ ନବରତ୍ନ କମ୍ପାନି ର ରେଡ୍ ମଡ୍ ପଣ୍ଡ୍ ରୁ ଗଛିତ ଥିବା ପାଉଁସ ବ୍ୟବହାର ନକରି ଏତେ ଦୁର ରେ ଥିବା ଟିକିରି ଉତ୍କଳ ଆଲୁମିନା କାରଖାନା ର ପାଉଁସ କାହିଁକି ବ୍ୟବହାର କରାଯାଉଛି ବୋଲି ସାଧାରଣରେ ଚର୍ଚା ଧରିଛି।ବିଶେଷ ସୁତ୍ର ରୁ ଜଣାପଡିଛି କି ଦାମନଜୋଡି ନାଲକୋ କମ୍ପାନି ତରଫରୁ ପାଉଁସ ଦେବାକୁ ମନା କରାଯିବାରୁ ଟିକିରି ଉତ୍କଳ ଆଲୁମିନା କାରଖାନା ରୁ ନିଆଯାଉଥିବା ଜଣାପଡିଛି।ଭାରତମାଳା ପ୍ରୋଜେକ୍ଟ ସକାଶେ ଟିକିରି ରୁ ପାଉଁସ ନେବାରେ ଅଭିଯୋଗ ନାହିଁ ,କିନ୍ତୁ ଯେଉଁ ରାସ୍ତା ଖରାପ ହେଉଛି ସେହି ରାସ୍ତା କାହିଁକି ମରାମତି କରାନଯାଇ ପରିବହନ କରାଯାଉଛି ଓ ସାଧାରଣଲୋକେ ନାହିଁ ନଥିବା ର ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି।ବିଶେଷ କରି ଲକ୍ଷ୍ମୀପୁର ରେଲୱେ ରାସ୍ତା ପରିବହନ ଯୋଗୁଁ ବିଶେଷ ଭାବେ ଖରାପ ହୋଇଥିବା ଦେଖିବାକୁ ମିଳିଛି।ଗତକିଛି ଦିନ ତଳେ ଟିକିରି ନିକଟସ୍ତ କେତେକ ଗାଁ ରେ ହାଇୱା ଗାଡି ଗୁଡିକ ଅଟକାଇ ରଖାଯାଇଥିବା ବେଳେ କମ୍ପାନି କତୃପକ୍ଷ ହସ୍ତକ୍ଷେପ କରିବା ପରେ ଗାଡି ଗୁଡିକ ଛଡାଯାଇ ଥିବା ଶୁଣିବାକୁ ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ